ପ୍ରଶାସନ କି ରାଜ୍ୟ ସରକାର ଶୁଣିଲେନି ଇଚ୍ଛା ମୃତ୍ୟୁ ଲୋଡିଲେ ଭିନ୍ନ କ୍ଷମ ଦମ୍ପତି

Udaya_Labanya | December 12, 2022 | 37 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ନିଜର ହକ ପାଇବା ପାଇଁ ମାସେ କି ଦୁଇମାସ ନୁହେଁ ଦୀର୍ଘ ଚାରି ବର୍ଷ ହେଲା ଲଢ଼ି ଶେଷରେ ପ୍ରଶାସନ ଦ୍ୱାରା ଆକ୍ରୋଶ, ନିର୍ଯ୍ୟାତିତ, ଲାଂଛିତ ଶୋଷିତ ହେଇ ଶେଷରେ ଅନ୍ୟ ଉପାୟ ନ ପାଇ ଇଚ୍ଛା ମୃତ୍ୟୁ ଲୋଡିଛନ୍ତି କନ୍ଧମାଳ ଜିଲ୍ଲା ଚକାପାଦ ଅଂଚଳ ର ଭିନ୍ନକ୍ଷମ ଦମ୍ପତି ଦୀପକ କୁମାର ହଂସ ଓ ତାଙ୍କ ପତ୍ନୀ lଏନେଇ ଦୀପକ ଗତ ୯ ତାରିଖ ରେ ରାଷ୍ଟ୍ରପତି ଙ୍କୁ ରେଜିଷ୍ଟ୍ରି ଯୋଗେ ଚିଠି ଲେଖି ଜଣାଇଛନ୍ତି l ଦୀପକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ସ୍ତ୍ରୀ ୨ 0୧ ୩ ରୁ ଦାରିଂବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ କର୍ମୀ ଭାବେ କାର୍ଯ୍ୟ କରୁଥିଲେ l ସେଇସମୟ ରେ ସେ ଦୀର୍ଘ ଦିନ ଅସୁସ୍ଥ ହୋଇପଡିଥିଲେ ଫଳରେ ଏହାର ସୁଯୋଗ ରେ ସ୍ୱାସ୍ଥ୍ୟ ବିଭାଗ ଅଧୀକାରୀ ତାଙ୍କଛୁଟି ମଂଜୁର କରିବା ଓ ଅନ୍ୟାନ୍ୟଙ୍କର୍ଯ୍ୟରେ ଜାଣିଶୁଣି ହଇରାଣ କରିଆସୁଥିଲେ lଏହାର ପ୍ରତିବାଦରେ ପତିପତ୍ନୀ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ l ରାଜ୍ୟ ମାନବାଧିକାର କମିଶନ କୁ ଜଣାଇଥିଲେ l ଏହାପରେ ତାଙ୍କୁ ତରବରିଆ ଭାବେ ଡେପୁଟେସସନ ରେ ଚକାପାଦ ସି ଏଚ ସି କୁ ବଦଳୀ କରିଥିଲେ lତେବେ ତାଙ୍କୁ ପୁଣି ଦାରିଂବାଡ଼ି କୁ ବଦଳୀ କରିବାସହ ତାଙ୍କ ସ୍ତ୍ରୀ ଙ୍କ ମାନସିକ ସ୍ଥିତି କିପରି ଅଛି ସେନେଇ ଫିଟ ନେସ ସାର୍ଟିଫିକେଟ ବ୍ରହ୍ମପୁର ମେଡିକାଲ ବୋର୍ଡ଼ ରୁ ଦାଖଲ କରିବାକୁକହିଥିଲେ lତେବେ ବ୍ରହ୍ମପୁର ବୋର୍ଡ଼ କୌଣସି ଫିଟନେସ ସାର୍ଟିଫିକେଟ ନ ଦେବାରୁ ସେ ଅ ଗଷ୍ଟ ଚାରି ୨0୨୨ ରେ କଟକ ମାନସିକ ରୋଗ ବିଶେଷଜ୍ଞ
ଡା ସାରଦା ପ୍ରସନ ସ୍ୱାଇଁ ଙ୍କ ନିକଟରେ ପରିକ୍ଷା କରି ଫିଟନେସ ସାର୍ଟିଫିକେଟ ଆଣିଥିଲେ l ଆଉ ଦାଖଲ କରିବାକୁ ସେପ୍ଟେମ୍ବର ୯ ରେ ଦାରିଂବାଡ଼ି ମେଡିକାଲ କୁ ଯାଇଥିଲେ ହେଲେ ସେଠାରେ ତାଙ୍କ ସାର୍ଟିଫିକେଟ ଗ୍ରହଣ କରାଯାଇନଥିଲା କି ଦାଇତ୍ୱ ଦିଆଯାଇନଥିଲା lଫଳରେ ବର୍ଷାଧିକ ଦରମା ଗଣ୍ଡାକ ନପାଇବା ଫଳରେ
ଦୁଇ ଓଳା ଦୁଇ ମୁଠା ଖାଇବାକୁ ନ ପାଇ ପରଘରେ ଆଶ୍ରୟ ନେଇ ଛନ୍ତି l ଅର୍ଥ ଅଭାବ ରୁ
ପୁଅପାଠ ନପଢ଼ିପାରିବା ଫଳରେ ତାକୁ ବାଲିଗୁଡା ର ଵନ ଵାସିସ୍ବେଚ୍ଛାସେବୀ ସଂଗଠନ ରେ ରଖିଛନ୍ତି l
ବର୍ତମାନ ଦୌଡିଦୌଡ଼ି କେହି ନ ଶୁଣିବା ଫଳରେ ଶେଷରେ ବାଧ୍ୟ ହୋଇ ଇଚ୍ଛା ମୃତ୍ୟୁ ଲୋଡିଛନ୍ତି ଏହି ଭିନ୍ନକ୍ଷମ ଦମ୍ପତି l
ରାଷ୍ଟ୍ରପତି ସେମାନଙ୍କ କଥା ବିଚାରକରି ନ୍ୟାୟ ପ୍ରଦାନ କରିବେ ବୋଲି ସେମାନେ ଆଶା ରଖିଛନ୍ତି l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 2 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 7 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories