ରଥଗଡା ପାରିବା ମାର୍କେଟ ସମସ୍ୟା ସମାଧାନ ପାଇଁ ଆପ୍ର ଜିଲ୍ଲାପାଳଙ୍କ ନିକଟରେ ୯ ଦଫା ଦାବି
Udaya_Labanya | December 12, 2022 | 25 views |0 | Breaking News
ଢେଙ୍କାନାଳ (ullapra)ଆଜି ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ମୁନିସିପାଲିଟି କର୍ମକର୍ତ୍ତା ମାନେ ସ୍ଥାନୀୟ ରଥଗଡା ସ୍ଥିତ ପାରିବା ମାର୍କେଟ ପରିଦର୍ଶନ କରି ବିଭିନ୍ନ ସମସ୍ୟା ଲୋକଲୋଚନକୁ ଆଣିଥିଲେ। ୯ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି l ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ମହିଳା ଓ ପୁରୁଷ ମାନଙ୍କ ପାଇଁ ନିର୍ମିତ ଶୌଚାଳୟ ଗୃହଗୁଡିକ ଶୋଚନୀୟ ଅବସ୍ଥା ଯୋଗୁଁ ବ୍ୟବହାର ଉପଯୋଗୀ ନୁହେଁ। ଶୌଚାଳୟ ଭିତରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ନିୟମିତ ଭାବେ ପରିଷ୍କାର ପରିଚ୍ଛନ୍ନ ହେଉନଥିବାରୁ ମଇଳା ଭର୍ତ୍ତି ହୋଇ ପଡ଼ିଛି। ବଜାରକୁ ହଜାର ହଜାର ଲୋକ ଆସୁଥିବା ବେଳେ ଏହା ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ବଜାର ପରିସରରେ ନିର୍ମିତ କ୍ଯାଣ୍ଟିନରେ ତାଲା ପଡି ରହିଛି। ଟାଉନ ବାହାରୁ ଶହ ଶହ ପରିବା ବ୍ୟବସାୟୀ ତଥା ଚାଷୀ ନିୟମିତ ଭାବେ ଆସିଥାନ୍ତି କିନ୍ତୁ କ୍ଯାଣ୍ଟିନର ସଦୁପଯୋଗ ହୋଇପାରୁନାହିଁ। ଫଳ ସ୍ବରୂପ ରାଜସ୍ବ ହାନୀ ହେଉଛି। କ୍ଯାଣ୍ଟିନ କରିଥିବା ବ୍ୟକ୍ତିଙ୍କୁ ସିକୁରିଟି ୨ ଲକ୍ଷ ଏବଂ ମାସିକ ଭଡା ୬ ହଜାର ଟଙ୍କା ବାଧ୍ୟ କରାଯିବାରୁ ସେ ବନ୍ଦ କରିଦେଲେ l ବ୍ୟବସାୟୀଙ୍କ ବଳକା ପନିପରିବା ରଖିବା ପାଇଁ ଦୁଇଟି ଶୀତଳ ଭଣ୍ଡାର ଗୃହ କାର୍ଯ୍ୟକ୍ଷମ ନହୋଇ ଭଡ଼ା ସୂତ୍ରରେ ଲାଗିଛି। ସେଠାରେ ପଙ୍ଖା ନାହିଁ କି ଶୀତ ତାପ ନିୟନ୍ତ୍ରଣ ହୋଇନାହିଁ l
ଉଠା ପନିପରିବା ବ୍ୟବସାୟୀ ରାସ୍ତା ଉପରେ ବସୁଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଯାନବାହାନ ପାର୍କିଂ ବ୍ୟବସ୍ଥା ନାହିଁ l ପରିବା ମାର୍କେଟ ମଧ୍ୟରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ସୁରକ୍ଷା ବାଡ଼ ନଥିବାରୁ ବିପଦ ଆଶଙ୍କା ରହିଛି। ତା ଭିତରେ ଷଣ୍ଢ ଗୋରୁଗାଈ ବୁଲୁଛନ୍ତି l ବୁଲା ଷଣ୍ଢ ଗୋରୁଗାଈଙ୍କ ପାଇଁ ପ୍ରବେଶ ପଥରେ ଲୁହା ପାଇପର ଜାଲି ଲଗାଯିବା ବ୍ୟବସ୍ଥା ନାହିଁ l
ବଜାର ଭିତରେ କୌଣସି ଅପ୍ରୀତିକର ଘଟଣା ରୋକିବାପାଇଁ ସିସିଟିଭି କ୍ୟାମେରାର ବନ୍ଦୋବସ୍ତ ନାହିଁ। ଫଳରେ ଅସାମାଜିକ ବ୍ୟକ୍ତିଙ୍କର ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ପରିବା ମାର୍କେଟ ଭିତରେ ଆବର୍ଜନା ଡବା/କୁଣ୍ଡ ନଥିବାରୁ କୁଢ଼ କୁଢ଼ ଅଳିଆ ପଚି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଖରା ଓ ବର୍ଷାରେ ତଳେ ବସି ପରିବା ବିକ୍ରି କରୁଥିବା ଚାଷୀ ମାନଙ୍କ ପାଇଁ ଅସ୍ଥାୟୀ ଛପର ଘର କରାଯାଉ। ମାର୍କେଟ ଭିତରେ ମଶା ତେଲ ଓ ଧୂଆଁ ଦେବାର ବ୍ୟବସ୍ଥା କରାଯାଉ l
ଏ ସବୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଜଣାଇବା ସହିତ ନିୟନ୍ତ୍ରୀତ ବଜାର କମିଟି, ପୌର ନିର୍ବାହୀ ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଏହାର ନକଲ ପଠାଯାଇଛି l ଯଦି ଏହାର ଆସୁ ସମାଧାନ ନହୁଏ ତେବେ ଦଳ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ l ଯେଉଁଥିରେ ଚାଷୀ ଏବଂ ଗରୀବ ପରିବା ବ୍ୟବସାୟୀ ମାନେ ଯୋଗଦେବାପାଇଁ ସହମତି ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସଭାନେତ୍ରୀ ସ୍ନେହଲତା ମହାନ୍ତି, ଜିଲ୍ଲା ଉପସଭାପତି ବିକ୍ରମ କୁମାର ରାଉତ, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ଗିରି, କାର୍ଯ୍ୟକାରିଣୀ ସଦସ୍ୟ ବିଭୁ ରଞ୍ଜନ ସାହୁ, ଚିନ୍ମୟ ସେନାପତି, ସୋସିଆଲ ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା, ମୁନିସପାଲିଟର ସକ୍ରିୟ କାର୍ଯ୍ୟକର୍ତ୍ତା ଜନରଞ୍ଜନ ରାଉତ ପ୍ରମୁଖ ଯୋଗ ଦେଇଥିଲେ।