#Breaking News

ଓଡ଼ିଆ ବିଭାଗ ପକ୍ଷରୁ ଗବେଷଣା ଭିତ୍ତିକ ‘ମଧ୍ୟବର୍ତ୍ତୀ କାଳୀନ ସମୀକ୍ଷା’ ପାଠ ଚକ୍ର ଅନୁଷ୍ଠିତ


ରାଞ୍ଚି (ଉଲ୍ଲାପ୍ର )କୋହ୍ଲଣ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ଼କ୍ଟର ହରିହର ପ୍ରଧାନ ଓ ସହଯୋଗୀ ପ୍ରାଧ୍ୟାପକ ଡ଼କ୍ଟର ମନୋଜ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପି.ଏଚ.ଡି ଗବେଷଣା ଭିତ୍ତିକ ‘ମଧ୍ୟବର୍ତ୍ତୀ କାଳୀନ ସମୀକ୍ଷା’ ପାଠ ଚକ୍ର ଅନୁଷ୍ଠିତ ହୋଇଯାଇଛି |ଏଥିରେ ଡି. ଆର.ସି ମେମ୍ବର ବହରାଗଡା କଲେଜର ଅଧ୍ୟକ୍ଷ ଡ଼କ୍ଟର ବାଳକୃଷ୍ଣ ବେହେରା, ଉକ୍ତ ବିଶ୍ୱବିଦ୍ୟାଳୟର ଭାଷା ଓ ସାହିତ୍ୟ ବିଭାଗ ଡିନ ଡ଼କ୍ଟର ସତ୍ୟପ୍ରିୟ ମହାଳିକ, ଟାଟା କଲେଜର ଅଧ୍ୟକ୍ଷ ଡ଼କ୍ଟର ସୁରେଶ ଚନ୍ଦ୍ର ଦାସଙ୍କ ସମେତ ଇଂରାଜୀ,ବଙ୍ଗଳା ଓ ଦର୍ଶନ ଶାସ୍ତ୍ର ବିଭାଗର ମୁଖ୍ୟ ଉପସ୍ଥିତ ଥିଲେ |ପି.ଏଚ.ଡି ଗବେଷକ ଗବେଷିକା ମାନେ ପ୍ରସ୍ତୁତ ନିବନ୍ଧକୁ ପାଠ କରିଥିଲେ ଏବଂ ଡି.ଆର.ସି ମେମ୍ବରର ସମସ୍ତ ସଦସ୍ୟ ତାଙ୍କର କିଛି କିଛି ତୃଟି ବିଚ୍ୟୁତିକୁ ଦର୍ଶାଇ ଦିଗଦର୍ଶନ ପ୍ରଦାନ କରିଥିଲେ |ଏବଂ ଶେଷରେ ଡ଼କ୍ଟର ବାଳକୃଷ୍ଣ ବେହେରା ସମସ୍ତ ଛାତ୍ରଛାତ୍ରୀ ଓ ପି.ଏଚ.ଡି ଗବେଷକ ଗବେଷିକା ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ସମାପନ କରାଯାଇଥିଲା |

Leave a comment

Your email address will not be published. Required fields are marked *