#Breaking News

ଭୀମ ଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିଵୀର


ଫୁଲବାଣୀ (ସୁନୀଲ ପଟନାୟକ )
ମଙ୍ଗଳବାର ଫୁଲବାଣୀ ପଂଚାୟତ ସମିତି ପକ୍ଷରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା l
ଏଥିରେ ବ୍ଲକ ଅଞ୍ଚଳ ର ଚାରିଶହ ରୁ ଉର୍ଧ୍ଵ ହିତାଧିକାରୀ ଯୋଗ ଦେଇଥିଲେ lଏହି ଅବସରରେ ଫୁଲବାଣୀ ବିଡ଼ିଓ ପ୍ରବୀଣ କୁମାର ବାଣୁଆ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠି, ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଫୁଲବାଣୀ ବ୍ଲକ ସି ଡି ପିଓ ଓ ଅସ୍ଥିସଲ୍ୟ ବିଶେଷଜ୍ଞ,ପ୍ରମୁଖ ଯୋଗ ଦେଇ ଭିନ୍ନ କ୍ଷମ ମାନେ ଯେପରି ସକ୍ଷମ ହୋଇ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହୋଇପାରିବେ ସେ ନେଇ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ଏଣୁ ଏହାର ସୁଯୋଗ ନେବାଲାଗିକହିଥିଲେ l
ଏହି ଅବସରରେ ଭିନ୍ନକ୍ଷମ ମାନକୁ ଚିହ୍ନଟ କରାଯାଇ ପଂଜିକୃତ କରାଯାଇଥିଲା l ପରେ ସେମାନଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର, ଆବଶ୍ୟକତା ଅନୁଯାୟୀ ୩ ଚକିଆ ସାଇକଲ, ଆଶା ବାଡ଼ି, ହୁଇଲ ଚେ ୟାର, ଶ୍ରବଣ ଯନ୍ତଆଦି ପ୍ରଦାନକରାଯିବ ଭତା ପାଉନଥିବା ହିତାଧିକାରୀ ଙ୍କୁ ଭତ୍ତା ଦେବାର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି l
ଏଭଳି ଶିବିର ଦ୍ୱାରା ବହୁ.ଭିନ୍ନକ୍ଷମ ବ୍ୟକ୍ତି ମାନେ ବେଶ ଉପକୃତ ହୋଇପାରୁଥିବା କହିଛନ୍ତିl
ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର, ଭିନ୍ନ କ୍ଷମ ଥଇଥାନ ଅଧିକାରୀ ଅକ୍ଷୟ କୁମାର ପଣ୍ଡା, ବି ଏସ ଏସ ଓ, ଓ ବ୍ଲକକର୍ମଚାରୀ ଉପସ୍ଥିତ ରହିସହଯୋଗ କରିଥିଲେ l

Leave a comment

Your email address will not be published. Required fields are marked *