ରଟିଙ୍ଗିଆ ପଞ୍ଚାୟତରେ ଆନ୍ତର୍ଜାତୀୟ ପ୍ରବାସୀ ଦିବସ ପାଳିତ

Udaya_Labanya | December 18, 2022 | 72 views |0 | Breaking News


ଫୁଲବାଣୀ
କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଳକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତରେ ସେବା, ନାୱ , ଆଇନା ଓ ଅନ୍ତରଙ୍ଗ, କନ୍ଧମାଳ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ପ୍ରବାସୀ ଦିବସ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ବିଷ୍ଣୁଦେବ ପ୍ରଧାନ ମୂଖ୍ୟ ଅତିଥି, ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ ମୁଖ୍ୟ ବକ୍ତା ଓ ଶ୍ରୀମତୀ ଡି. ସବନମ ଓ ସେବା ଅନୁଷ୍ଠାନର ଜିଲ୍ଲା ସଂଯୋଜିକା ରିତାଞ୍ଜଳି ବଗର୍ତ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ
ଦିନକୁ ଦିନ ଗ୍ରାମାଞ୍ଚଳ ର ଯୁବକ ଯୁବତୀ ମାନେ କାମ ଧନ୍ଦା ପାଇଁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି ଆଉ ସେଠାରେ ନିଶା ଗ୍ରସ୍ତ ହୋଇ ଟିବି, ଏଡ଼ସ ଭଳି ବିଭିନ୍ନ ରୋଗର ଶିକାର ହେବାସହ ଦୂର୍ଘଟଣା ର ଶିକାର ହେଉଛନ୍ତି l ଏପଟେ
ନିଜ ଅଞ୍ଚଳରେ ବିଭିନ୍ନ ସମ୍ବଳ ଓ ଜଙ୍ଗଲ ସମ୍ପଦ ଥିଲେ ସୁଦ୍ଧା ତାର ସୁବିନିଯୋଗ କରିବା ପାଇଁ କୌଣସି ଇଚ୍ଛା ଶକ୍ତି କିମ୍ବା ସରକାରଙ୍କ ବିଭିନ୍ନ କୌଶଳ ବିକାଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନପାରି ଏପରି ନିଜ ପାଇଁ ସମସ୍ୟା ଆମନ୍ତ୍ରଣ କରୁଥିବା କହିଥିଲେ।
ଏହି ସଚେତନତାକୁ ବ୍ୟାପକ ରୂପ ଦେବା ପାଇଁ ପଞ୍ଚାୟତରେ ଏକ ସ୍ବତନ୍ତ୍ର ପ୍ରବାସୀ ପଞ୍ଜିକରଣ କେନ୍ଦ୍ର କରି ତାହାକୁ ତ୍ଵରାନିତ କରିବା ପାଇଁ ସରପଞ୍ଚ ପ୍ରତିଶୃତି ଦେଇଛନ୍ତି।
କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ମହିଳା, ପୁରୁଷ ଓ ଯୁବଗୋଷ୍ଠୀ ଯୋଗ ଦେଇଥିବା ବେଳେ ୱାର୍ଡ ସଭ୍ୟ ସଭ୍ୟା ଏବଂ ଓଡ଼ିଶା ଜୀବନ ଜୀବିକା ମିଶନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମକୁ ସେବା ଅନୁଷ୍ଠାନର ଜିଲ୍ଲା ସଂଯୋଜିକା ରିତାଞ୍ଜଳୀ ବଗର୍ତ୍ତୀ ସଂଯୋଜନା କରି ଧନ୍ୟବାଦ ଅର୍ପଣ କରିଥିଲେ।

Share this

Related Posts

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 3 views |0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

ଶିବ ପ୍ରସାଦ ଭାରତୀୟ ମହିଳା କ୍ରିକେଟ ଟିମ…

Udaya_Labanya | June 7, 2023 | 3 views | 0

ଫୁଲବାଣୀ (ସୁନୀଲ ପଟନାୟକ )ବରିଷ୍ଠ କ୍ରିକେଟ ଖେଳାଳି,କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ, ସମ୍ପାଦକ ଆଇନଜୀବୀ, ସାମ୍ବାଦିକ,ସଂଗଠକ ତଥା ଜଣାଶୁଣା ସମାଜସେବୀ ଶିବ ପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର ଭାବେ ନିଯୁକ୍ତ ହୋଇଛନ୍ତି l ଆସନ୍ତା କାଲି ସେ…

Leave a Reply

Your email address will not be published. Required fields are marked *

Archives

Categories