ବୈତରଣୀ ସିନ୍ଦୁର ଗୈାରୀ ନଦୀ ରୁ ଅଜଣା ଯୁବକ ମୁତ ଦେହ ଉଦ୍ଧାର
Udaya_Labanya | December 25, 2022 | 101 views |0 | Breaking News
ପାଟଣା(ଉଲ୍ଲାପ୍ର )କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଏରେଣ୍ଡେଇ ସିନ୍ଦୁର ଗୈାରୀ ନଦୀ ରୁ ଏକ ଅଜଣା ଯୁବକ ମୁତ ଦେହ ଉଦ୍ଧାର କରାଯାଇଛି ସୂଚନା ମୁତାବକ ଏରେଣ୍ଡେ ଇ ଗ୍ରାମର ସ୍ଥାନୀୟ ଲୋକେ ଆଜି ସକାଳେ ମାଛଧରି ଯାଇଥିବା ବେଳେ
ଗୋଟେ ବସ୍ତା ରେ ବନ୍ଧା ହୋଇଥିବା ଦେଖି ତୁରନ୍ତ ପାଟଣା ଅଗ୍ନିଶମ ବିଭାଗ ଓ ପାଟଣା ପୋଲିସ କୁ ତୁରନ୍ତ ଖବର ଦେଇଥିଲେ ତୁରନ୍ତ ଖବର ପାଇ ଅଗ୍ନିଶମ ବିଭାଗ ଏବଂ ପାଟଣା ଥାନା ଅଧିକାରୀ ମୋନରଞ୍ଜନ ପ୍ରଧାନ ଘଟଗାଁ ଏସ୍. ଡ଼ି ପି. ଓ ସୁଶୀଲ କୁମାର ଜେନା ସାହାରପଡା ଫାଣ୍ଡି ଅଧିକାରୀ ଶିବ ଶଙ୍କର ଆଲଦା ତୁରନ୍ତ ପହଞ୍ଚି ଥିଲେ ମୃତ ଦେହ କୁ ନଦୀ ରୁ ଉଦ୍ଧାର କରିଥିବା ବେଳେ ମୃତ ଯୁବକଙ୍କ ପରିଚୟପତ୍ର ମିଳିପାରିନାହିଁ ମୃତ ଦେହ କୁ ତୁରନ୍ତ କେନ୍ଦୁଝର ଜିଲ୍ଲା ବଡ଼ ମେଡ଼ିକାଲ୍ ପରିଚୟ ନିମନ୍ତେ ମୋଶ୍ଚରୀ ରେ ରଖା ଯିବ ବୋଲି ଜଣାପଡିଛି ପୋଲିସ ସନ୍ଦେହ ରୁ କରୁଛି ପୁର୍ବରୁ ସୂତ୍ର ତା ଥିବ ବୋଲି ଜଣାପଡିଛି