ସନାତନ ଧର୍ମ ସମ୍ମିଳନୀ ଉଦ୍‌ଯାପିତ

Udaya_Labanya | December 25, 2022 | 110 views |0 | Breaking News

ଢେଙ୍କାନାଳ (ଉଲ୍ଲାପ୍ର )ଠାକୁର ଶ୍ରୀ ଶ୍ରୀ ଅଭିରାମ ପରହଂସ ଦେବଙ୍କ ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଭକ୍ତଗୋଷ୍ଠୀଙ୍କ ଦ୍ବାରା ସ୍ଥାନୀୟ ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ ଠାରେ ପାଳିତ ହେଉଥିବା ତ୍ରିଦିବସୀୟ ୧୮ଶ ତମ ବାର୍ଷିକ ଉତ୍ସବ ଓ ସନାତନ ଧର୍ମ ସମ୍ମିଳନୀ ୨୪ ତାରିଖରେ ଉଦ୍‌ଯାପିତ ହୋଇଯାଇଛି । ଜଗତ୍‌ଗୁରୁ ଠାକୁର ଅଭିରାମ ପରମହଂସ ଦେବ ୩୧ତମ ଅବତାର ରୂପେ ଧରାଧାମରେ ଅବତରଣ କରି କଳିହଳ ମାନବର ମୋହ , ମାୟା , ଛନ୍ଦ , କପଟ , ହିଂସାକୁ ସଂପୂର୍ଣ୍ଣ ରୂପେ ଐଶୀ ଅବତାରୀ ପୁରୁଷ ରୂପେ ଧ୍ବଂସ କରି ମାନବର ସୁପ୍ତ ଚେତନାକୁ ଜାଗ୍ରତ ପୂର୍ବକ ଶାନ୍ତି , ଦୟା , କ୍ଷମା , ଧୈର୍ଯ୍ୟ ଓ ଅହିଂସା ମାର୍ଗକୁ ପ୍ରତିବାଦନ କରି ସନ୍ଦେହରେ ଓଡିଶାର ବିଭିନ୍ନ ଅଂଚଳର ଏହି ପୂଣ୍ୟ ଭୂମିରେ ବହୁଲୀଳା ପ୍ରଦର୍ଶନ କରିଯାଇଛନ୍ତି । ଓଡିଆ ଭାଷା ସଂସ୍କୃତିକୁ ବଢାଇବାରେ ଠାକୁରଙ୍କର ଅନେକ ଅବଦାନ ରହିଛି । ସେ ଏକାଧାରରେ ଜଣେ କବି , ଲେଖକ , ସମାଜ ସଂସ୍କାରକ ସ୍ବାଧୀନତା ସଂଗ୍ରାମୀ ସହିତ ଜାତି ବର୍ଣ୍ଣ , ଧର୍ମ ନିର୍ବିଶେଷରେ ସମସ୍ତଙ୍କ ପ୍ରତି ସମାନ ଭାବାପର୍ଣ୍ଣ ମନୋବୃତି ନେଇ ଗତି କରୁଥିଲେ , ଯେଉଁଥ୍ ପାଇଁ ହିନ୍ଦୁ ବ୍ୟତୀତ ମୁସଲମାନ , ଖ୍ରୀଷ୍ଟିୟାନ , ଶିଖ ପ୍ରଭୃତି ସମ୍ପ୍ରଦାୟରୁ ତାଙ୍କର ଶରଣାଗତ ହୋଇ ତାଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଥିଲେ ଓ ଏ ଅବଧୂ ତାଙ୍କର ବଂଶଧରମାନେ ତାଙ୍କୁ ପୂଜା କରୁଛନ୍ତି ଓ ଠାକୁରଙ୍କ ମୂଳ ଆଶ୍ରମ ଶକ୍ତିଧାମ କରମଳା , ପୁରୀକୁ ଆସି ବାର୍ଷିକ ଉତ୍ସବ ଜନ୍ମଦିନ ତଥା ଅନ୍ୟଦିନମାନଙ୍କରେ ସେବା ପୂଜାରେ ନିଜକୁ ନିୟୋଜିତ କରୁଛନ୍ତି । ସ୍ଥାନୀୟ ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ ଠାରେ ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ସମ୍ମିଳନୀରେ ଠାକୁରଙ୍କ ନଗର କୀର୍ତନ ସହ ପରିକ୍ରମା , ସିଂହାସନ ବିଜେ , ଷୋଡଶୋପଚାର ପୂଜା ସହ ପ୍ରବଚନ ମାଧ୍ୟମରେ ସନାତନ ଧର୍ମ ଉପରେ ବିଶେଷ ବକ୍ତବ୍ୟ ପ୍ରଦାନ କରି କଲ୍ୟାଣ ମଣ୍ଡପ ପରିସରକୁ ଏକ ସୁବର୍ଣ୍ଣ ଆଧ୍ୟାତ୍ମିକ ପରିବେଶରେ ପରିଣତ କରିଦେଇଥିଲେ । ଏଥିରେ ଯୋଗ , ଧାନ , ଗୁରୁଙ୍କ ଆବଶ୍ୟକତା , ଭଗବତ୍ ତତ୍ଵ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଦିବ୍ୟ ଭଗବତ୍ ଚେତନା କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଶକ୍ତିଧାମ କରମଳା ଆଶ୍ରମରୁ ପୂଜା ବାବାଜୀ ଶେଷଦେବ ଦାସ , ବାବାଜୀ ଦେ ଦାସ , ବାବାଜୀ ହରିଶଙ୍କର ଦାସ , ବାବାଜୀ ରତ୍ନାକର ଦାସ , ବାବାଜୀ ଚିନ୍ମୟାନନ୍ଦ ଦାସ , ବାବାଜୀ ରାଧାରମଣ ଦାସଙ୍କ ସହିତ ଚାରଣ ଇଂ . ପାର୍ଥ ସାରଥୀ ମହାନ୍ତି , ପ୍ରବଚନ ପ୍ରଦାନ କରିଥିଲେ ଏବଂ ଏଥିରେ ବିଶେଷ ଅତିଥ ଭାବେ ପୁରୀ ଜିଲ୍ଲା ହରିହରା ନନ୍ଦ ଗୁରୁକୁଳ ଆଶ୍ରମର ବରିଷ୍ଠ ସନ୍ୟାସୀ ସାମୀ ଆଞ୍ଜନେୟା ନନ୍ଦ ଗିରି ଓ ବ୍ରହ୍ମଚାରୀ ଦିବ୍ୟାନନ୍ଦଜୀ ଯୋଗଦେଇଥିଲେ । ଶେଷରେ ଜଗତର କଲ୍ୟାଣ ପାଇଁ ଠାକୁରଙ୍କ ଜୟଧୂନୀରେ ଆଶୀର୍ବାଦ କାମନା ପୂର୍ବକ ଉଦଣ୍ଡ କୀର୍ତନ କରାଯାଇ ଜିଲ୍ଲା ସ୍ତରୀୟ ଭକ୍ତଗୋଷ୍ଠୀର ସମସ୍ତ ଭକ୍ତବୃନ୍ଦ ଓ କର୍ମକର୍ତା ସଫଲ୍ୟ ମଣ୍ଡିତ କରିଥିଲେ ବୋଲି ସଭାପତି ସୁଧାକର ଜେନା ଓ ସମ୍ପାଦକ ହୃଦାନନ୍ଦ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 2 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 6 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories