ଦୁଇଦିନିଆ ମାଗଣା ଚେସ ତାଲିମ ଉଦଘାଟିତ

Udaya_Labanya | December 27, 2022 | 81 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲାରେ ଚେସଖେଳକୁ ପ୍ରତ୍ସା ହନ ଦେବା ପାଇଁ କନ୍ଧମାଳ ଜିଲ୍ଲା ଚେସ ଏସୋସିଏସନ ପକ୍ଷରୁ ସ୍ଥାନୀୟ ଏଜେ ଓ ହାଇସ୍କୁଲ ପରିସରରେ ଦୁଇଦିନିଆ ଜିଲା ସ୍ତରୀୟ ତାଲିମ କାର୍ଯ୍ୟ କ୍ରମ ଆଜି ମଙ୍ଗଳବାର ଉଦଘାଟିତ ହୋଇଛି lରାଜ୍ୟ ର ଜଣାଶୁଣା ଅଭିଜ୍ଞ କୋଚ ତାଲିମ ଦାତା ରାଜେନ୍ଦ୍ର କୁମାର ସାହୁ ତାଲିମ ପ୍ରଦାନ କରୁଛନ୍ତି l
ବିଶେଷ କରି ହାଇ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ, ପିଇ ଟି ମାନଂକୁ ତାଲିମ ପ୍ରଦାନ କରାଯାଉଛି lଫଳରେ ସେମାନେ ହାଇସ୍କୁଲ ପିଲାମାନଙ୍କୁ ତାଲିମ ଦେବେ ଓ ଚେସ ପ୍ରତି ଆଗ୍ରହ ସୃଷ୍ଟି କରିବେ lପରେ ଚେସ ଏସୋ ସି ଏସନ ପକ୍ଷରୁ ହାଇସ୍କୁଲ ସ୍ତରୀୟ ଚେସ ପତିଯୋଗିତା ଅନୁଷ୍ଠିତ ହେବ l
ମୁଖ୍ୟମନ୍ତ୍ରୀ ମଧ୍ୟ ସ୍କୁଲ ରେ ଚେସ ଖେଳ କୁ ପ୍ରାଧାନ୍ୟ ଦେଇ ଚେସ ଇନ ସ୍କୁଲ କାର୍ଯ୍ୟ କ୍ରମ ହାତକୁ ନେଇଛନ୍ତି l
ଏହି ଅବସର ରେ ଆୟୋଜିତ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା, ଜିଲ୍ଲା ଚେସ ଏସୋସିଏସନ ସଭାପତି k. ଜ୍ଞାନ ରଞ୍ଜନ ଦୋରା, ପରାମର୍ଶ ଦାତାବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ ଜେନା, ଜ଼ିଲ୍ଲା ପ୍ରେସ କ୍ଲବ ସଭାପତି
ତଥା ଚେସ ଏସୋସିଏ ସନ ସଂଗଠନ ସମ୍ପାଦକ ସୁନୀଲ ପଟନାୟକ,ଫିଜିକାଲ ଟ୍ରେନିଂ ଇନ ଷ୍ଟ୍ରକ୍ଟର ରଙ୍କ ନିଧି ବେହେରା, ସଦସ୍ୟତଥା ଜିଲ୍ଲା ସାମ୍ବାଦିକ ସଙ୍ଘ ସମ୍ପାଦକ ଅଶୋକ ପରିଡା ପ୍ରମୁଖ ଯୋଗ ଦେଇ ଚେସ ଖେଳିବା ଦ୍ୱାରା
ଖେଳାଳି ମାନଙ୍କ ମାନସିକ ଓ ବୌଦ୍ଧିକ ବିକାଶରେ ସହାୟତା କରିଥାଏ ବୋଲି କହିଥିଲେ l କନ୍ଧମାଳ ଜିଲ୍ଲାରେ
ଚେସ ଖେଳର ପ୍ରଚାର ପ୍ରସାର ଦିଗରେ ଜିଲ୍ଲା ଚେସ ଏସୋ ସିଏସନର
ଭୂମିକା ଗୁରୁତ୍ୱ ପୁର୍ଣ ବୋଲି ମୁଖ୍ୟ ଅତିଥି ଶ୍ରୀ ବେହେରା କହିଥିଲେ l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories