#Breaking News

ଜିଲ୍ଲା ସ୍ତରୀୟ ବଲ ବ୍ୟାଡମିଣ୍ଟନ ଖେଳାଳି ଚୟନ



କଟକ(ଉଲ୍ଲାପ୍ର )

ଆସନ୍ତା ଡିସେମ୍ବର ମାସ ୨ରୁ ୪ ତାରିଖ ଖୋର୍ଦ୍ଧାରେ ସବ-ଜୁନିୟର ଓ ଜାନୁଆରୀ ୬ରୁ ୮ ତାରିଖ ଢେଙ୍କାନାଳରେ ଜୁନିୟର ରାଜ୍ୟସ୍ତରୀୟ (ବାଳକ/ ବାଳିକା)ବଲ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେବ। କଟକ ଜିଲ୍ଲା ବଲ ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ ରାଜ୍ୟସ୍ତରୀୟ (ବାଳକ/ବାଳିକା) ପ୍ରତିଯୋଗିତା ପାଇଁ ଭକ୍ତମଧୁ ବିଦ୍ୟାପୀଠ ଖେଳପଡିଆରେ ଖେଳାଳି ଚୟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏହି ଚୟନ କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜର ବଲ ବ୍ୟାଡମିଣ୍ଟନ ଖେଳାଳି ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ସମ୍ପାଦକ ଅଜୟ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ପ୍ରତ୍ୟେକ (ବାଳକ/ବାଳିକା) ଦଳ ପାଇଁ ୨୦ ଜଣ ଖେଳାଳି ଚୟନ କରାଯାଇଥିଲା।

Leave a comment

Your email address will not be published. Required fields are marked *