ଦୁଇଦିନିଆ ମାଗଣା ଚେସ ତାଲିମ ଉଦଯାପିତ

Udaya_Labanya | December 28, 2022 | 20 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲାରେ ଚେସଖେଳକୁ ପ୍ରତ୍ସାହନ ଦେବା ପାଇଁ କନ୍ଧମାଳ ଜିଲ୍ଲା ଚେସ ଏସୋସିଏସନ ପକ୍ଷରୁ ସ୍ଥାନୀୟ ଏଜେ ଓ ହାଇସ୍କୁଲ ପରିସରରେ ଆରମ୍ଭ ହୋଇଥିବା ଦୁଇଦିନିଆ ଜିଲା ସ୍ତରୀୟ ତାଲିମ କାର୍ଯ୍ୟ କ୍ରମ ଆଜି ବୁଧବାର ଉଦଯାପିତ ହୋଇଛି l
ଉଦଯାପିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ ଯୋଗ ଦେଇ ତାଲିମ ନେଇଥିବା ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହ ଜିଲାରେ ଅଧିକ ରୁ ଅଧିକ ଛାତ୍ର ଛାତ୍ରୀ ଯେପରି ଚେସ ଖେଳ ପ୍ରତି ଆକୃଷ୍ଟ ହେବେ ଆଉ ଭଲ ଖେଳାଳି ହୋଇ ବାହାରିବେ ସେଥିପ୍ରତି ଦ୍ରୁଷ୍ଟି ଦେବାଲାଗି ପରାମର୍ଶ ଦେଇଥିଲେ l
ରାଜ୍ୟ ର ଜଣାଶୁଣା ଅଭିଜ୍ଞ କୋଚ ତାଲିମ ଦାତା ରାଜେନ୍ଦ୍ର କୁମାର ସାହୁ ତାଲିମ ପ୍ରଦାନ କରିଥିଲେ l
ବିଶେଷ କରି ହାଇ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ, ପିଇ ଟି ମାନଂକୁ ତାଲିମ ପ୍ରଦାନ କରାଯାଇଥିଲା lଫଳରେ ସେମାନେ ହାଇସ୍କୁଲ ପିଲାମାନଙ୍କୁ ତାଲିମ ଦେବେ ଓ ଚେସ ପ୍ରତି ଆଗ୍ରହ ସୃଷ୍ଟି କରିବେ lପରେ ଚେସ ଏସୋ ସି ଏସନ ପକ୍ଷରୁ ହାଇସ୍କୁଲ ସ୍ତରୀୟ ଚେସ ପତିଯୋଗିତା ଅନୁଷ୍ଠିତ ହେବ l
ମୁଖ୍ୟମନ୍ତ୍ରୀ ମଧ୍ୟ ସ୍କୁଲ ରେ ଚେସ ଖେଳ କୁ ପ୍ରାଧାନ୍ୟ ଦେଇ ଚେସ ଇନ ସ୍କୁଲ କାର୍ଯ୍ୟ କ୍ରମ ହାତକୁ ନେଇଛନ୍ତି l
ଜିଲ୍ଲା ଚେସ ଏସୋସିଏସନ ସଭାପତି k. ଜ୍ଞାନ ରଞ୍ଜନ ଦୋରା, ପରାମର୍ଶ ଦାତାବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ ଜେନା, ଜ଼ିଲ୍ଲା ପ୍ରେସ କ୍ଲବ ସଭାପତି ତଥା ଚେସ ଏସୋସିଏ ସନ ସଂଗଠନ ସମ୍ପାଦକ ସୁନୀଲ ପଟନାୟକ,ଫିଜିକାଲ ଟ୍ରେନିଂ ଇନ ଷ୍ଟ୍ରକ୍ଟର ରଙ୍କ ନିଧି ବେହେରା, ସଦସ୍ୟତଥା ଜିଲ୍ଲା ସାମ୍ବାଦିକ ସଙ୍ଘ ସମ୍ପାଦକ ଅଶୋକ ପରିଡା, ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇ ଚେସ ଖେଳିବା ଦ୍ୱାରା
ଖେଳାଳି ମାନଙ୍କ ମାନସିକ ଓ ବୌଦ୍ଧିକ ବିକାଶରେ ସହାୟତା କରିଥାଏ ବୋଲି କହିଥିଲେ l କନ୍ଧମାଳ ଜିଲ୍ଲାରେ
ଚେସ ଖେଳର ପ୍ରଚାର ପ୍ରସାର ଦିଗରେ ଜିଲ୍ଲା ଚେସ ଏସୋ ସିଏସନ ଯଥାସାଧ୍ୟ ଉଦ୍ୟମ କରୁଥିବା କହିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ ବେହେରା, ଶିବରାମ ନାୟକ ମନୋଜ ଚୌଧୁରୀ, ଉମେଶ ପାତ୍ର ବିକାଶ ମହାନ୍ତି, ଜୟଶେନ ପରିଡା, ବନ ବିହାରୀ ନନ୍ଦ, ଯୁଧିଷ୍ଟିର ମହାନ୍ତି, ପ୍ରମୁଖ ଉପସ୍ଥିତରହି ସହଯୋଗ କରି ଥିଲେ lଏହି ଅବସରରେ ଚେସ ଏସ ସୋ ସିଏସନ ପକ୍ଷରୁ ମୁଖ୍ୟ ଅତିଥି ଶ୍ରୀ ନାୟକ, ଓ ଜାତୀୟ ସ୍କୁଲ ସ୍ତରୀୟ ଚେସ ପ୍ରତିଯୋଗିତା ରେ ତୃତୀୟ ସ୍ଥାନ ଅଧିକାର କରି ଥିବା ଅlଦ୍ୟସିଂ କହଁର ଙ୍କୁ ଉପଢୌକନ ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l

Share this
  •  
  •  
  •  
  •  
  •  
  •  
  •  

Related Posts

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ…

Udaya_Labanya | January 28, 2023 | 1 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ କମିଶନର ଓ ପ୍ରମୁଖ ସଚିବଙ୍କ ପତ୍ର କ୍ରମେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର…

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

Udaya_Labanya | January 28, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହୋଇ ଉଦଯାପିତ ହୋଇଯାଇଛି।ସଂଯୁକ୍ତା ନାୟକ ଏହି କାର୍ଯ୍ୟକ୍ରମର ସଂଯୋଜିକା ଥିବା ବେଳେ ଅଧ୍ୟକ୍ଷ କାର୍ତ୍ତିକ…

Leave a Reply

Your email address will not be published. Required fields are marked *

Archives

Categories