ଫୁଲବାଣୀ ଠାରେ ହକି ବିଶ୍ବ କପ୍ ଟ୍ରଫିକୁ ଭବ୍ୟ ସ୍ବାଗତ

Udaya_Labanya | December 28, 2022 | 22 views |0 | Breaking News

ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ରେ ହକି ବିଶ୍ବ କପ୍ ଟ୍ରଫିକୁ ଭବ୍ୟ ସ୍ଵାଗତ କରାଯାଇଛି। ପାରମ୍ପରିକ ବାଦ୍ୟ, ସଂଗୀତ ଓ ନୃତ୍ୟ ମଧ୍ୟରେ ହକି ବିଶ୍ଵ କପ୍ ଟ୍ରଫିକୁ ସ୍ଵାଗତ କରା ଯାଇଥିଲା ମଙ୍ଗଳବାର ଦିନ ହକି ବିଶ୍ଵ କପ୍ ଟ୍ରଫି ନୟାଗଡ଼ ଜିଲ୍ଲା ଦେଇ ଖଜୁରୀପଡ଼ା ଠାରେବ୍ଲକ ପ୍ରଶାସନ ଓ ନାଗରିକ କମିଟି ପକ୍ଷରୁ ସ୍ଵାଗତ କରାଯିବା ପରେ ରାତି ୧୧ ଟା ସମୟ ରେ ଫୁଲବାଣୀ ରେ ପହଂଚିବା ପରେ ବିପୁଳ ସ୍ଵାଗତ ସମ୍ବର୍ଧନା ଦିଆଯିବା ପରେ କଡା ସୁରକ୍ଷା ମଧ୍ୟରେ ଫୁଲବାଣୀ ସର୍କିଟ ହାଉସ ଠାରେ ରଖାଯାଇଥିଲା । ବୁଧବାର ସକାଳ ୭ ଟା ସମୟରେ ଫୁଲବାଣୀ କରୋନେସନ ପଡିଆରେ ପହଞ୍ଚିବା ପରେ ଏକ ମିନି ମାରାଥନଷ୍ଟାଡିୟମ ରୁ ବାହାରି ଖେଳ ପଡିଆରେ ପହଞ୍ଚିଥିଲା l ପରେକୋର୍ଟ ଛକ ରୁ ପାରମ୍ପରିକ ବାଦ୍ୟ, ଏବଂ ସଂଗୀତ ତାଳେ ତାଳେ ନୃତ୍ୟ କରି ହକି ବିଶ୍ଵ କପ୍ ଟ୍ରଫିକୁମୁଖ୍ୟ ବଜାର ଦେଇ ସହର ପରିକ୍ରମା ଶେଷରେ କରୋନେସନ ପଡିଆକୁ ଅଣା ଯାଇଥିଲା l ସେଠାରେ ଆୟୋଜିତ ସଭାରେଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଏସ ଡିସି ଅଧ୍ୟକ୍ଷ ରୋଦନ ମଲିକ, ଜ଼ିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲିକ, ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଜ଼ିଲ୍ଲାପରିଷଦ,ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱରଂଜନ ନାୟକ,ଟ୍ରଫି ନେଇ ଆସିଥିବା ରାଜ୍ୟ ଅଧିକାରୀ ଡ଼ଃ ବାଦଲ ମହାନ୍ତି, ଯୋଗେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ରହି ସ୍ଵାଗତ କରିଥିଲେ lସ୍ଥାନୀୟ ଜନସାଧାରଣବହୁ ସଂଖ୍ୟାରେ ଯୋଗ ଦେଇ ଉତ୍ସାହିତ କରିଥିବାରୁ ଧନ୍ୟବାଦ ଜଣାଇଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ…

Udaya_Labanya | February 8, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ 59ନଂ. ଜାତୀୟ ରାଜପଥରେ କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ…

ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ…

Udaya_Labanya | February 8, 2023 | 11 views | 0

ଫୁଲବାଣୀ :-( ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଇକୋ ରିଟ୍ରେଟ ଠାରେ ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତଥା ସାମାଜ ସେବୀ ଅଶୋକ…

Leave a Reply

Your email address will not be published. Required fields are marked *

Archives

Categories