ପ୍ରଥମ ଥର ପାଇଁ କନ୍ଧମାଳ ଓଡିଶୀ ନୃତ୍ୟଶିଳ୍ପୀ ମାନେ ଦୂରଦର୍ଶନ ରେ କଲେ ନୃତ୍ୟ ପରିବେଷଣ

Udaya_Labanya | January 2, 2023 | 21 views |0 | Breaking News

ଫୁଲବାଣୀ (ଉଲ୍ଲାପ୍ର )ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ପାରମ୍ପରିକ ଲୋକକଳା ର ଦିନକୁ ଦିନ ଉନ୍ନତି ହେବା ସହ ସଂସ୍କୃତି ର ପ୍ରଚାର ପ୍ରସାର କରିବା ଦିଗରେ ଅନେକ ସାଂସ୍କୃତିକ ଅନୁଷ୍ଠାନ ନିଜର ପ୍ରଚେଷ୍ଠା ବଳରେ ଦେଶ ଓ ଦେଶ ବାହାରେ ସେମାନଙ୍କର କଳା ପରିବେଷଣ ଜାରି ରଖିଛନ୍ତି।
ଏହି କ୍ରମରେ କନ୍ଧମାଳ ଜିଲ୍ଲାର ଏକମାତ୍ର ßଓଡିଶୀ ନୃତ୍ୟ ଅନୁଷ୍ଠାନ ନଟରାଜ କଳା ମନ୍ଦିର ର ନୃତ୍ୟ ଶୀଳ୍ପି ମାନେ ଗୁରୁ ବିନୋଦ ଚନ୍ଦ୍ର ସାହୁଙ୍କ ନୃତ୍ୟ ନିର୍ଦ୍ଦେଶନା ରେ ଡିସେମ୍ବର 29 ତାରିଖରେ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ବର ଠାରେ ଓଡିଶା ର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି, ଯାହା ଆଗାମୀ ଜାନୁୟାରୀ ମାସରେ ଡିଡି ଓଡିଆ ରେ ଗୁରୁବାର ରାତି 8 ଟା ରେ ପ୍ରସାରିତ ହେବ ।
ଏହା କନ୍ଧମାଳ ପାଇଁ ଗର୍ବ ଓ ଗୌରବ ର କଥା ଏବଂ ସଫଳତାର ଆଉ ଏକ ପାହାଚ ଅତିକ୍ରମ କରିଛନ୍ତି ,ଏଥିପାଇଁ କନ୍ଧମାଳବାସୀ ଅନୁଷ୍ଠାନର ଶୀଳ୍ପି ଓ ଗୁରୁଙ୍କୁ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି ।

Share this

Related Posts

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 4 views |0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

ଶିବ ପ୍ରସାଦ ଭାରତୀୟ ମହିଳା କ୍ରିକେଟ ଟିମ…

Udaya_Labanya | June 7, 2023 | 3 views | 0

ଫୁଲବାଣୀ (ସୁନୀଲ ପଟନାୟକ )ବରିଷ୍ଠ କ୍ରିକେଟ ଖେଳାଳି,କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ, ସମ୍ପାଦକ ଆଇନଜୀବୀ, ସାମ୍ବାଦିକ,ସଂଗଠକ ତଥା ଜଣାଶୁଣା ସମାଜସେବୀ ଶିବ ପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର ଭାବେ ନିଯୁକ୍ତ ହୋଇଛନ୍ତି l ଆସନ୍ତା କାଲି ସେ…

Leave a Reply

Your email address will not be published. Required fields are marked *

Archives

Categories