କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର ସାଧାରଣ ବୈଠକ ଓ ବନ୍ଧୁମିଳନ

Udaya_Labanya | January 4, 2023 | 38 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ (KDJA )ର ଏକ ସାଧାରଣ ବୈଠକ ଓ ନବ ବର୍ଷ ଅବସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଖଜୁରୀପଡା ବ୍ଲକ ଅନ୍ତର୍ଗତ ପିଲାସାଲକୀ ଡ୍ୟାମ ପରିସର ରେ ଅନୁଷ୍ଠିତ ହୋଇଥିଲା l
ଏହି ଅବସରରେ ସଙ୍ଘ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ କୁମାର ଜେନା ଙ୍କ ସଭାପତି ରେ ଆୟୋଜିତ ସଭାରେ କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ଉପସଭାପତି ସମୀର ପାଢ଼ୀ, ସନ୍ତୋଷ ଡିଗାଲ,ପ୍ରମୋଦ ଦଣ୍ଡସେନା ଅଭିମନ୍ୟୁ ପଣ୍ଡା, ସମ୍ପାଦକ ଶ୍ରବଣ ଡିଗାଲ, ରାମକୃଷ୍ଣ ଚୌଧୁରୀ ସଂଗଠନ ସମ୍ପାଦକ ଜୟ ସେନ ପରିଡା ପ୍ରମୁଖ ଯୋଗ ଦେଇ ସାମ୍ବାଦିକ ମାନଙ୍କ ବୃତ୍ତିଗତ ସୁରକ୍ଷା ଓ ଦାବିହାସଲ ପାଇଁ ଏକଜୁଟ ହୋଇ ସଂଗଠନ କୁ ଅଧିକ ସୁଦୃଢ଼ କରିବାକୁ ପଡିବ ବୋଲି ମତ ଦେଇଥିଲେ l
ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ନାରାୟଣସାହୁ, ଶିବାନନ୍ଦ ପଟନାୟକ, , ସୂର୍ଯ୍ୟ ବେହେରା, ସୂର୍ଯ୍ୟ ନାୟକ, କ୍ଷିତୀଶ ମଲିକ, ଅଶୋକ ରାୟ, ପ୍ରମୁଖ ନବ ବର୍ଷ ର ଅଭିନନ୍ଦନ ଜଣାଇବା ସହ ସଂଗଠନ କୁ ଆହୁରି ଶକ୍ତିଶାଳୀ ଯେପରି ହେବ ସେଥିପ୍ରତି ସମସ୍ତେ ଆନ୍ତରିକ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ l
ସାଧାରଣ ସମ୍ପାଦକ ଅଶୋକ ପରିଡା ସ୍ଵାଗତ ଭାଷଣ ଦେବାସହ ବିବରଣୀ ପାଠ କରିଥିଲେ l
ନବ ବର୍ଷ ଅବସର ରେ ସଙ୍ଘ ପକ୍ଷରୁ
ଜିଲାର ସମସ୍ତ ବ୍ଲକ ରୁ ଯୋଗ ଦେଇଥିବା ସମସ୍ତ ସତୁରି ଜଣ ସାମ୍ବାଦିକ ଙ୍କୁ ଉପଢୌକନ ଓ ଡ଼ାଇରୀ, ପେନ, ଫୁଲ ତୋଡ଼ା ଦେଇ ସମ୍ବର୍ଧିତ କରାଯାଇଥିଲା l
ଫେବୃଆରୀ ପ୍ରଥମ ସପ୍ତାହ ରେ
ବା ଲି ଗୁଡା ଠାରେ ବିଶାଳ ସମାବେଶ କରାଯିବାକୁ ନିଷ୍ପତି କରାଯାଇଛି l
ଏହିକାର୍ଯ୍ୟକ୍ରମ ସଫଳ କରିବାରେ ସାମ୍ବାଦିକ କ୍ଷିତୀଶ ମଲିକ, ସନ୍ତୋଷ ବେହେରା, ଶିବରାମ ନାୟକ, ସୁଧୀରମହରଣା, ଶିବ ବିଶ୍ୱାଳ, ରମେଶ ପ୍ରଧାନ, ବାପି ପଟନାୟକ ପ୍ରମୁଖ ସହଯୋଗ କରିଥିଲେ l

Share this

Related Posts

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 3 views |0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

ଶିବ ପ୍ରସାଦ ଭାରତୀୟ ମହିଳା କ୍ରିକେଟ ଟିମ…

Udaya_Labanya | June 7, 2023 | 3 views | 0

ଫୁଲବାଣୀ (ସୁନୀଲ ପଟନାୟକ )ବରିଷ୍ଠ କ୍ରିକେଟ ଖେଳାଳି,କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ, ସମ୍ପାଦକ ଆଇନଜୀବୀ, ସାମ୍ବାଦିକ,ସଂଗଠକ ତଥା ଜଣାଶୁଣା ସମାଜସେବୀ ଶିବ ପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର ଭାବେ ନିଯୁକ୍ତ ହୋଇଛନ୍ତି l ଆସନ୍ତା କାଲି ସେ…

Leave a Reply

Your email address will not be published. Required fields are marked *

Archives

Categories