ଦାରିଙ୍ଗବାଡି ରେ ମୃଦୁ ତୁଷାରପାତ

Udaya_Labanya | January 8, 2023 | 45 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
ରବିବାର ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ର କେତକ ସ୍ଥାନ ରେ ଠାଏ ଠାଏ ମୃଦୁ ତୁଷାର ପାତ ହୋଇଥିବା ଦେଖାଯାଇଛି l
ତୁଷାରପାତ ପଡିଥିବା ଖବର ଶୁଣି ସ୍ଥାନୀୟ ଲୋକ ଓ ପର୍ଯ୍ୟଟକ ମାନେ ବହୁସଂଖ୍ୟାରେ ବେଶ ମଜା ଉଠାଇ ଥିଲେ l
ଚଳିତ ବର୍ଷ ଏହା ପ୍ରଥମ ତୁଷାର ପାତ ହୋଇଥିଲା l
ଏବେ ଦାରିଙ୍ଗବାଡି ରେ ଶୀତ ମହୋତ୍ସବ ଚାଲିଥିବା ବେଳେ ତୁଷାରପାତ ଖବର ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି l
ତେବେ ରବିବାର ଫୁଲବାଣୀ ରେ ତାପ ମାତ୍ରା ୮ ଡିଗ୍ରୀ ସେଲସିୟସ ଥିବାବେଳେ ଦାରିଙ୍ଗବାଡ଼ି ରେ ୮. ୫ ଡିଗ୍ରୀ ସେଲସିୟସ ଥିଲା l
ହଟାତ ତାପମାତ୍ରା ପୁଣି ଖସିଯିବା ଫଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି l
ଆଗକୁ ତାପ ମାତ୍ରା ପୁଣି ଖସିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି l

Share this

Related Posts

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 3 views |0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

ଶିବ ପ୍ରସାଦ ଭାରତୀୟ ମହିଳା କ୍ରିକେଟ ଟିମ…

Udaya_Labanya | June 7, 2023 | 3 views | 0

ଫୁଲବାଣୀ (ସୁନୀଲ ପଟନାୟକ )ବରିଷ୍ଠ କ୍ରିକେଟ ଖେଳାଳି,କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ, ସମ୍ପାଦକ ଆଇନଜୀବୀ, ସାମ୍ବାଦିକ,ସଂଗଠକ ତଥା ଜଣାଶୁଣା ସମାଜସେବୀ ଶିବ ପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର ଭାବେ ନିଯୁକ୍ତ ହୋଇଛନ୍ତି l ଆସନ୍ତା କାଲି ସେ…

Leave a Reply

Your email address will not be published. Required fields are marked *

Archives

Categories