#Breaking News

ଢେଂକିକୋଟ ରେ ପୋଲିସ କୁ ଖୋଲା ଚାଲେଞ୍ଜ

କେନ୍ଦୁଝର ଜିଲ୍ଲା ଢେଂକିକୋଟ ବଜାର ରେ ଫାଣ୍ଡି ପୋଲିସକୁ ଚାଲେଞ୍ଜ ଦେଇ ହୋଇଛି ଚୋରୀ ! ଗତ ବିଳମ୍ବିତ ରାତିରେ ହୋଇଛି ଚୋରୀ ! ଢେଂକିକୋଟ ପେଟ୍ରୋଲ ପମ୍ପ ପଛ ରେ ଘର କରିଥିବା ନୟନା ସାହୁଙ୍କ ଘର କବାଟ ଭାଙ୍ଗି ଦୁର୍ବୁତ୍ତ ଘରେ ପଶି ଲୁଟି ନେଇଛନ୍ତି ଶୁନା ଓ ଗହଣା ! ନୟନା ସାହୁ ଘରେ ଅନୁପସ୍ଥିତ ଥିବା ସୁଯୋଗରେ କଳା କନା ବୁଲେଇଛନ୍ତି ଦୁର୍ବୁତ୍ତ! ଆନୁମାନିକ ଲୁଟ ଟଙ୍କା ର ପରିମାଣ 50 ହଜାର ହୋଇଥିବା ବେଳେ ସୁନା ର ପରିମାଣ 5 ଭରି ବୋଲି ନୟନା ସାହୁ ନିଜ ଲିଖିତ ଏତାଲା ରେ ଦର୍ଶାଅଇଛନ୍ତି ! ନୟନା ଙ୍କ ଲିଖିତ ଏତାଲା କ୍ରମେ ଢେଂକିକୋଟ ଫାଣ୍ଡି ପୋଲିସ ଘଟଣା ର ଛାନଭିନ କରୁଛି ! ତେବେ ଢେଂକିକୋଟ ଫାଣ୍ଡି ଅଞ୍ଚଳରେ ବାରଂବାର ଚୋରୀ ଘଟଣା ଢେଂକିକୋଟ ଫାଣ୍ଡି ପୋଲିସର ମୁଣ୍ଡ ବ୍ୟଥା ବଢ଼ାଇଦେଇଥିବା ବେଳେ ଅଞ୍ଚଳବାସୀ ଙ୍କ ପାଇଁ ଚୋରୀ ଘଟଣା ଚିନ୍ତା ବଢ଼ାଇଦେଇଛି !

କେନ୍ଦୁଝର ଜିଲ୍ଲା ପ୍ରତିନିଧି ଦଶରଥ ବାରିକ୍ ଙ୍କ ରିପୋର୍ଟ ଉଦୟ ଲାବଣ୍ୟ ନ୍ୟୁଜ

Leave a comment

Your email address will not be published. Required fields are marked *