ସଡକ ସୁରକ୍ଷା ସପ୍ତାହ ଅବସରରେ ସଚେତନତା ରା଼ଲ୍ଲୀ

Udaya_Labanya | January 13, 2023 | 51 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଜାତୀୟ ସଡକ ସୁରକ୍ଷା ସପ୍ତାହ ଅବସରରେ କନ୍ଧମାଳ ଜିଲ୍ଲା ପରିବହନ ବିଭା ଗପକ୍ଷରୁ ଫୁଲବାଣୀ ଠାରେ ଏକ ସଚେତନତା ରା଼ଲ୍ଲୀ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା l ଏହି ସଚେତନତା ରା଼ଲ୍ଲୀ କୁ ଆଞ୍ଚଳିକ ପରିବହନ ଅଧିକାରୀ ଶିଶିର କୁମାର ସାହୁ ଆନୁଷ୍ଠାନିକ ଭାବେ ସବୁଜପତକା ଦେଖାଇ ଉଦଘାଟନ କରିଥିଲେ l
ଛାତ୍ରଛାତ୍ରୀ ମାନେ ହାତରେ ପ୍ଲାକାର୍ଡ଼ ଧରି ସଡକ ସୁରକ୍ଷା ଜୀବନ ରକ୍ଷା,ସର୍ବଦା ଟ୍ରାଫିକ ନିୟମ ପାଳନ, ନିଶା ଗ୍ରସ୍ତ ଅବସ୍ଥାରେ ଗାଡି ନ ଚଲାଇବା, ବାଇକ ଚାଳକ ଓ ଯାତ୍ରୀ ଉଭୟ ହେଲମେଟ ପିନ୍ଧିବା, କାର ଓ ଅନ୍ୟ ଗାଡିଚାଳକ ସର୍ବଦା ସିଟ ବେଲ୍ଟ ପିନ୍ଧିବା ଆଦି ସମ୍ପର୍କରେ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ lସେହିପରି ହେଲମେଟ ପିନ୍ଧିଥିବା ବାଇକ ଚାଳକ ଓ ସିଟ ବେଲ୍ଟ ପିନ୍ଧିଥିବା କାର ଚାଳକ ଙ୍କୁ ଆରଟିଓ ଶିଶିର କୁମାର ସାହୁ, ଓ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଓ ଛାତ୍ରଛାତ୍ରୀ ଗୋଲାପ ଫୁଲ ପ୍ରଦାନ କରି ଉତ୍ସାହିତ କରିଥିଲେ l
ଏହି ରା଼ଲ୍ଲୀ ଆରଟିଓ କାର୍ଯ୍ୟାଳୟ ରୁ ବାହାରି ଗାନ୍ଧୀଛକ, ଗୋପବନ୍ଧୁ ଛକ, ମୁଖ୍ୟ ବଜାର ଦେଇ ମା ଦୀ କୁନ୍ଦା ଛକ, ସିନେମା ହଲରୋଡ ଦେଇ ଆରଟିଓ କାର୍ଯ୍ୟାଳୟ ରେ ପହଞ୍ଚିଥିଲା lଆସନ୍ତା କାଲି ସଚେତନତା ରଥ ଜିଲାର ବିଭିନ୍ନ ବ୍ଲକ ଅଂଚଳ ବୁଲି ସପ୍ତାହ ବ୍ୟାପୀ ସଚେତନ କରିବ ବୋଲି ଆରଟିଓ ସାହୁ କହିଛନ୍ତି l
ଏହି ରାଲି ରେ ସ୍କୁଲ ଛାତ୍ର ଛାତ୍ରୀ, ସ୍ବେଛାସେବୀ, ଗଣ ମାଧ୍ୟମ ପ୍ରତିନିଧି, ଟିମ ହ୍ୟୁମାନୀଟି ସଦସ୍ୟ ମାନଙ୍କ ସମେତ ଏମଭିଆଇ, ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 2 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 7 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories