#Breaking News

ଗାଡି ଆଗରେ ବାଘ, ଫୋଟୋ କ୍ଲିକ କଲେ ଡ୍ରାଇଭର


ଫୁଲବାଣୀ (ପି ଏନ ଏସ )
ଗାଡି ଆଗରେହଟାତ ବାଘ ଦେଖିଲେ ଯେ କେହି ବି ନର୍ଭସ ହେଇଯିବl ସ୍ୱଭାବିକ l ହେଲେ ଗାଡିଚାଳକ ଜଣକ ଗାଡି ଆଗରେ ଥିବା ବାଘ ର ଫୋଟୋ କ୍ଲିକ କରି ସାହସ ଦେଖାଇଛନ୍ତି l
ଏଭଳି ଦୃଶ୍ୟ ଟିକାବାଲି ଜଙ୍ଗଲ ବିଭାଗ ରେଞ୍ଜ ଅନ୍ତର୍ଗତ ବସ୍ତିଙ୍ଗିଆ ନିକଟ ଅଠର ବାଙ୍କ ତଳ ବୁଲାଣୀ ରେ ବାଘ ରାସ୍ତା ପାର ହେଉଥିବା ବେଳେ ଆସୁଥିବା ଟ୍ରକ ଓ କାର ଚାଳକ ଦେଖି ଫୋଟୋ ଉଠାଇଥିବା ଦେଖିବାକୁ ମିଳିଛି l
ଏହି ଫୋଟଏବେ ଭାଇରଲ ହେବାରେ ଲାଗିଛି lବାଘ ଟି ଗତ କିଛି ଦିନ ହେଲା ବସ୍ତିଙ୍ଗିଆ ଗ୍ରାମପଂଚାୟତ ର ତାଡିପାଜୁ ମାଲଗାଁ, ପୀଟଦେଈ ଗ୍ରାମର କିଛି ଲୋକଙ୍କ ଛେଳି ମାରି ଖାଇଦେଇଥିବା ଅଭିଯୋଗ ହୋଇଛି l
ସେହିପରି ରାତିରେ ଯିବାଆସିବା କରୁଥିବା ବାଇକ,ଅଟୋ ଚାଳକ ମଧ୍ୟ ବେଳେ ବେଳେ ବାଘ ଦେଖିଥିବା କଥା କହୁଛନ୍ତି l ତେବେ ବନ ବିଭାଗ ବାଘ ବୁଲୁଥିବା ନେଇ କିଛି ସ୍ପଷ୍ଟ କରିନି ଏଯାଏଁ l ଏହି ଫୋଟ କେତେ ସତ, ନା ମିଛ କହିବା ମୁସ୍କିଲ ହୋଇପଡିଛି l
ବାଘ ବୁଲୁଥିବା ଖବର ଶୁଣି ବସ୍ତିଙ୍ଗିଆ ଓ ଆଖ ପାଖ ଗ୍ରାମ ର ଲୋକେ ଜଙ୍ଗଲ ଆଡକୁ ନଯାଇ ତାଟି କବାଟ ପକାଇ ରହୁଥିବା ଜଣାପଡିଛି l

Leave a comment

Your email address will not be published. Required fields are marked *