#Breaking News

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀ ମୃତ ଘଟଣା: ଦୁଇ ଜଣ ବାରାହା ଶିକାରୀ ଗିରଫ


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା କରଡ଼ା ରେଞ୍ଜରେ ଏକ ଦନ୍ତା ହାତୀ ମୃତ୍ୟୁ ଘଟଣାର ତଦନ୍ତ କରି କରଡା ବନବିଭାଗ ରେଞ୍ଜ ଅଫିସର ବିରଞ୍ଚି ନାରାୟଣ ପଣ୍ଡା ୨ ଜଣ ବାରହା ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଗଂଜାମ ସୋରଡ଼ା ଅଂଚଳର ଗଙ୍ଗାଧର ବିଶୋଇ, ରାଇକିଆ ଡେଙ୍ଗାଖମନ ଗ୍ରାମର ବୁଲୁ ମଲିକ । ଏ ଦୁହେଁ ଡେଙ୍ଗାଖମନ ଜଙ୍ଗଲରେ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିଲେ ହେଲେ ଏଥିରେ ଏକ ହାତୀ ଲାଗିଯିବା ଫଳରେ ହାତୀର ମୃତ୍ୟୁ ଘଟିଥିଲା । ହାତୀ ମୃତ୍ୟୁର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଏଫଓ ପ୍ରଶାନ୍ତ ପଟେଲ ରେଞ୍ଜରଙ୍କୁ ନିର୍ଦେଶ ଦେଇଥିଲେ । ରେଞ୍ଜର ବିରଞ୍ଚି ନାରାୟଣ ପଣ୍ଡା ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ୨ ଅଭିଯୁକ୍ତକୁ ଗିରଫ କରିଥିଲେ । ରେଞ୍ଜରଙ୍କ ସଠିକ ସମୟରେ ଉଚିତ ପଦକ୍ଷେପ ଯୋଗୁଁ ଅଭିଯୁକ୍ତ ମାନଙ୍କୁ ଦୁଇଦିନ ମଧ୍ୟରେ ଗିରଫ ସମ୍ଭବ ହୋଇଥିଲା । ଏହା ଏକ ଘଞ୍ଚ ଜଙ୍ଗଲ ହୋଇଥିବାରୁ ବନ୍ୟଜନ୍ତୁ ଶିକାର ଚାଲିଥିବା ସହ ଚୋରା କାଠ ମଧ୍ୟ ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଅଧିକ କର୍ମଚାରୀ ନିୟୋଜିତ ସାଙ୍ଗକୁ ନିୟମିତ ପାଟ୍ରୋଲିଂ କରିବାକୁ ଦାବୀ ହେଉଛି ।

Leave a comment

Your email address will not be published. Required fields are marked *