ବେଲଘର ରେଞ୍ଜରେ ହାତୀ ଦଳି ଦେଲେ ଫସଲ: କ୍ଷତି ପୂରଣ ଦାବୀ : ଡିଏଫଓ ବେଲଘର ରେ ପହଞ୍ଚି ଜଙ୍ଗଲ ରେ ଚାଲି ଚାଲି ହାତୀ ପଲ ଦେଖିଲେ
Udaya_Labanya | January 17, 2023 | 20 views |0 | Breaking News
ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ରେଞ୍ଜ ରେ ହାତୀ ଚଳପ୍ରଚଳ ହେଉଥିବା ବେଳେ ବନ ବିଭାଗର ଅଧିକାରୀ ମାନେ କିଭଳି ହାତୀ ଗତି ବିଧି ଉପରେ ନଜର ରଖିଛନ୍ତି ସେ ସମ୍ପର୍କ ରେ ଜାଣିବା ପାଇଁ ମଙ୍ଗଳବାର ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ବେଲଘର ରେଞ୍ଜ ରେ ପହଞ୍ଚି ଥିଲେ। ହାତୀ ପଲ ଗତିବିଧି ସମ୍ପର୍କରେ ବୁଝିବା ସହ ହାତୀ ପଲ ଚଳ ପ୍ରଚଳ କରୁଥିବା ଗୁମା ଜଙ୍ଗଲ କୁ ଯାଇ ପାଇକ ପଡ଼ା, ମହାପେରୁ, ରାଜମ ଜଙ୍ଗଲ ରେ ଚାଲି ଚାଲି ୧୩ଟି କିଆ ହାତୀ ପଲ ନିକଟରେ ପହଁଚି ଥିଲେ। ଅତି ନିକଟରୁ ସେମାନଙ୍କ ଗତି ବିଧି ଦେଖିବା ସହ ସେମାନଙ୍କ ଭିଡିଓ ଗ୍ରାଫି ଓ ଫୋଟ ମଧ୍ୟ ଉଠାଇଥିଲେ। ଡିଏଫଓ ଶ୍ରୀ ପଣ୍ଡା ଙ୍କ ସହ ତୁମୁଡ଼ିବନ୍ଧ ରେଞ୍ଜର ଲଳିତ ମୋହନ ନାୟକ, ଲଙ୍କାଗଡ଼ ଫରେଷ୍ଟର ଜ୍ୟୋତିରାଜ ମଲ୍ଲିକ, ଗୁମା ଫରେଷ୍ଟର ନିରାକାର ସାହୁ, ବେଲଘର ଫରେଷ୍ଟର ବୁଦ୍ଧଦେବ କହଁର, ଝିରିପାଣି ଫରେଷ୍ଟର ଶିବାଜୀ ବେହେରା ଙ୍କ ସହ ଫରେଷ୍ଟ ରେଞ୍ଜର ଗାର୍ଡ ଓ କ୍ଷେତ୍ର କର୍ମଚାରୀ ମାନେ ଥିଲେ l ଏହା ପରେ ବେଲଘର, ଝିରିପାଣି, ଲଙ୍କାଗଡ ଫରେଷ୍ଟ ଅଞ୍ଚଳ ବୁଲିବା ସହ ହାତୀ ପଲ ସମ୍ପର୍କ ରେ ବୁଝିବା ସହ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ l ସ୍ଥାନୀୟ ଅଞ୍ଚଳ ରେ ବନବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରୁନଥିବାରୁ ହାତୀ ପଲ ମାଡି କ୍ଷୟକ୍ଷତି କରିଥିବା କୁଟିଆ କନ୍ଧ ଆଦିମ ଜନଜାତି ଙ୍କ ଫସଲ ର କ୍ଷତି ପୂରଣ ପାଇ ପାରୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଝିରିପାଣି ସମିତି ସଭ୍ୟ ଡଗର ପାତ୍ର। କହିଛନ୍ତି ସରକାରଙ୍କ କ୍ଷତି ପୂରଣ ଯୋଜନା ସଂପର୍କ ରେ କୁଟିଆ କନ୍ଧ ଆଦିମ ଜନଜାତି ମାନେ ଜାଣି ପାରୁନାହାନ୍ତି। ସେମାନେ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ରୁ ସେମାନଙ୍କ କ୍ଷତି ପୂରଣ ସ୍ଥାନୀୟ ବନ ବିଭାଗ କର୍ମଚାରୀ ମାନେ ସହଯୋଗ କରି ସେମାନଙ୍କୁ କିଭଳି କ୍ଷତି ପୂରଣ ମିଳିବ ସେ ଉପରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।କଳାହାଣ୍ଡିଆ ହାତୀ ପଲ ରେ ୫୦ ଟି ହାତୀ ରହିଥିବା ବେଳେ ତିନି ଭାଗ ରେ ବିଭକ୍ତ ହୋଇ ଲଙ୍କାଗଡ, ଭଣ୍ଡରଙ୍ଗି, ଝିରିପାଣି, ବେଲଘର ଅଞ୍ଚଳ ରେ ଥିବା ଘଞ୍ଚ ଜଙ୍ଗଲ ରେ ଘୁରି ବୁଲୁଛନ୍ତି। ଦିନ ସମୟରେ ଜଙ୍ଗଲ ମଧ୍ୟରେ ରହୁଥିବା ବେଳେ ରାତି ହେଲେ ଗୋଟିଏ ପରେ ଗୋଟିଏ ଜଙ୍ଗଲ କୁ ଅତିକ୍ରମ କରୁଛନ୍ତି। ଦୀର୍ଘ ୧୫ଦିନ ରହିବା ପରେ ଗତ କାଲି ଦୁଇଟି ହାତୀ ପଲ ରେ ଥିବା ୩୯ଟି ହାତୀ ପୁଣି କଳାହାଣ୍ଡି ଜିଲ୍ଲା ମୁହାଁ ହୋଇଥିବା ଜଣାପଡିଛି। ଅନ୍ୟ ଏକ ୧୩ଟି କିଆ ହାତୀ ପଲ ଏବେବି ଝିରିପାଣି ଓ ବେଲଘର ଜଙ୍ଗଲ ରେ ଘୁରି ବୁଲୁ ଥିବା ବେଳେ ମଙ୍ଗଳବାର ରେ ମଧ୍ୟ ଗୁମା ଜଙ୍ଗଲରେ ୧୩ଟି କିଆ ହାତୀ ପଲ ବୁଲୁଥିବା ଜଣାପଡ଼ିଛି।