#Breaking News

ଗୂଦାରୀ ଜଙ୍ଗଲ ରୁ ବୃଦ୍ଧ ଙ୍କ ଗଳିତ ଶବ ଉଦ୍ଧାର


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗୁଦାରି ଗ୍ରାମର ତଳ ପଟି ସାହି ନିକଟସ୍ଥ ଜଙ୍ଗଲ ମଧ୍ଯରୁ ୬0 ବର୍ଷିୟ ବୃଦ୍ଧ ଗଳିତ ଶବ ଉଦ୍ଧାର | ଗ୍ରାମ ରଖିଙ୍କ ସୂଚନା କ୍ରମେ ଖଜୁରୀପଡ଼ା ଥାନା ପୋଲିସ ଏବ୍ଂ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଂଚି ଶବ ଯାଞ୍ଚ କରିବା ସହିତ ଶବ ଉଦ୍ଧାର କରି ବ୍ଯବଛେଦ ନିମନ୍ତେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଥିବା ସୂଚନା ମିଳିଛି | ବର୍ତ୍ତମାନ ସୁଦ୍ଧା ମୃତକ ଙ୍କ ପରିଚୟ ମିଳିପାରିନାହିଁ |
ବୃଦ୍ଧ ଙ୍କ କିଭଳି ମୃତ୍ୟୁ ଘଟିଲା, ତାଙ୍କୁ କେହି ହତ୍ୟାକରୀ ଜଙ୍ଗଲ ରେ ଫୋପାଡ଼ି ଦେଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଖଜୁରୀପଡା ପୋଲିସ କହିଛି l

ଆଇନ ସଚେତନତା ଶିବିର

Leave a comment

Your email address will not be published. Required fields are marked *