ଶିକ୍ଷା, ସୁରକ୍ଷା ଓ ରୋଜଗାରଦାବୀ ରେ ଏବିଭିପି ର ବିଶାଳ ଛାତ୍ର ସମାବେଶ

Udaya_Labanya | January 20, 2023 | 22 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ରାଜ୍ୟ ସହ ସମ୍ପାଦିକା ସଞ୍ଜନା କହଁର ଙ୍କ ନେତୃତ୍ୱରେ ଏ ବି ଭି ପି କନ୍ଧମାଳ ତରଫରୁ ଜିଲ୍ଲାର ଶିକ୍ଷା, ସୁରକ୍ଷା ଓ ରୋଜଗାର ଦାବିରେ ଏକ ବିଶାଳ ଛାତ୍ର ସମାବେଶ ଆୟୋଜନ କରାଯାଇଛି l ଜିଲ୍ଲାରେ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା କ୍ଷେତରେ ରାଜ୍ୟ ସରକାର ସାବତ ପୁଅ ଭଳି ବ୍ୟବହାର କରିଆସୁଛନ୍ତି l ମହାବିଦ୍ୟାଳୟ ଗୁଡିକ ରେ ଅଧ୍ୟାପକ ମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ଦରକାର l ପ୍ରତିଦିନ ଜିଲ୍ଲାରେ ଝିଅ ମାନେ ବଳାତ୍କାର ଓ ହିଂସାର ଶିକାର ହେଉଛନ୍ତି l ରାଜ୍ୟ ସରକାର କନ୍ଧମାଳ ଜିଲ୍ଲାର ବିଦ୍ୟାର୍ଥୀ ମାନଙ୍କୁ ରୋଜଗାର ର ସାଧନ ନଯୋଗାଇ ଗଂଜେଇ ଚାଲାଣ କୁ ପରୋକ୍ଷରେ ସମର୍ଥନ ଦେଇ ସେମାନଙ୍କୁ ଗଂଜେଇ ଚାଲାଣକାରୀ କରିଦେଇଛନ୍ତି l କନ୍ଧମାଳ ର ଉଚ୍ଚ ଶିକ୍ଷାର ଏନ୍ତୁଡ଼ି ଶାଳ ଫୁଲବାଣୀ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟାପକ ପଦବୀ ପୂରଣ କରିବା ପାଇଁ ସରକାର ଶୀଘ୍ର ବ୍ୟବସ୍ଥା କରନ୍ତୁ l କନ୍ଧମାଳ ଜିଲ୍ଲାର ଆଦିବାସୀ ଆଶ୍ରମ ବିଦ୍ୟାଳୟ ଗୁଡିକରେ ସରକାର ବିଦ୍ୟାର୍ଥୀ ମାନଙ୍କ ସୁରକ୍ଷା ପାଇଁ ଶୀଘ୍ର ବ୍ୟବସ୍ଥା କରନ୍ତୁ ବୋଲି ରାଜ୍ୟ ସହ ସମ୍ପାଦକ ସ୍ୱାଗତ କୁମାର ତ୍ରିପାଠୀ କହିଛନ୍ତି l ସେଭଳି ଜିଲ୍ଲାରେ ନାରୀ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ରେ ସାମିଲ ଥିବା ଲୋକଙ୍କ ପ୍ରତି ସରକାର କଡା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ l ଆଦିବାସୀ ଛାତ୍ରାବାସ ରେ ଛାତ୍ରୀ ମାନଙ୍କୁ ଯୌନ ଶୋଷଣ ହେଉଥିବାର ଖବର ପ୍ରତିଦିନ ଖବର ଖବର କାଗଜ ରେ ବାହାରୁଚି ସରକାର ଦୋଷୀ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ନିଅନ୍ତୁ l କନ୍ଧମାଳ ଜିଲ୍ଲାର ଛାତ୍ରୀ ମାନଙ୍କ ପାଇଁ ସରକାର ଉଚ୍ଚ ଶିକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରନ୍ତୁ ବୋଲି ରାଜ୍ୟ ସହ ସମ୍ପାଦିକା ସଞ୍ଜନା କହଁର କହିଛନ୍ତି l ଏହି କାର୍ଯ୍ୟକ୍ରମ ରେ ଶଙ୍କରାଚାର୍ଯ୍ୟ ସଂସ୍କତ କନ୍ୟାଶ୍ରମ ର ମୁଖ୍ୟ ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା,ଗଞ୍ଜାମ ବିଭାଗ ସଂଗଠନ ସମ୍ପାଦକ ସୋଭାଗ୍ୟ ମହାନ୍ତି, ଜିଲ୍ଲା ସଂଯୋଜକ ରୁଦ୍ରପ୍ରସାଦ ସେଠି,ଜିଲ୍ଲା ସହ ସଂଯୋଜିକା ରାଜନନ୍ଦିନି ସାହାଣୀ,ରାଜ୍ୟ ଜନଜାତି ଛାତ୍ରୀ ସହ ପ୍ରମୁଖ ତଅପୋଇ କହଁର, ଫୁଲବାଣୀ ନଗର ସମ୍ପାଦକ ଅମିତ ବେହେରା, ଗଞ୍ଜାମ ବିଭାଗ ଏସ ଏଫ ଏସ ପ୍ରମୁଖ ଦିବ୍ୟରଞ୍ଜନ ଡାକୁଆ,ଅମୀର କହଁର, ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ଜିତେନ୍ଦ୍ର କହଁର, ଶୁଭମଜ୍ୟୋତି ପ୍ରଧାନ, ସୋମନାଥ ପ୍ରଧାନ,କାଶୀନାଥ ଗଣ୍ଡା, ଜିଲ୍ଲା ଜନଜାତି ଛାତ୍ରୀ ପ୍ରମୁଖ ପଦ୍ମାବତୀ କହଁର, କନ୍ଧମାଳ ସଂଗଠନ ସମ୍ପାଦକ ଟୁକୁନା ମଲ୍ଲିକ ଏବଂ କନ୍ଧମାଳ ଜିଲ୍ଲାର ୨୬ ଟି ମହାବିଦ୍ୟାଳୟ ରୁ ବହୁ ଛାତ୍ର ଛାତ୍ରୀ ସାମିଲ ହେlଇଥିଲେ l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories