ଶିକ୍ଷା ସୁରକ୍ଷା ରୋଜଗାର ନେଇ ଏବିଭିପିର ବିକ୍ଷୋଭ

Udaya_Labanya | January 20, 2023 | 11 views |0 | Breaking News


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ତଥା ଜିଲ୍ଲାରେ ଶିକ୍ଷାର ଦୂରାବସ୍ଥା ନେଇ ଛାତ୍ର ଆକ୍ରୋଶ ରାଲିର ଆୟୋଜନ କରିଥିଲା ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ । କନ୍ଧମାଳ ଜିଲ୍ଲା ଏବିଭିପି ଶାଖା ପକ୍ଷରୁ ଏକ ବିଶାଳ ସମାବେଶର ଆୟୋଜନ କରାଯାଇଥିଲା । ଶିକ୍ଷା, ସୁରକ୍ଷା ଏବଂ ରୋଜଗାର ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ସଂଗଠନ । ସରକାର ଆଗାମୀ ଦିନରେ ଏସବୁ ଦିଗ ଉପରେ ଗୁରୁତ୍ୱ ନ ଦେଲେ ରାଜ୍ୟସ୍ତରରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଏବିଭିପି ଚେତାବନୀ ଦେଇଛି । ସ୍ଥାନୀୟ ମାଦିକୁନ୍ଦା ଛକରୁ ଏବିଭିପି କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ କଲେଜର ଛାତ୍ରୀଛାତ୍ରୀ ଏକ ରାଲିରେ ବାହାରି ସହର ପରିକ୍ରମା କରିଥିଲେ । ପରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସହ କରୋନେସନ ପଡିଆଠାରେ ଏକ ସଭାର ଆୟୋଜନ ହୋଇଥିଲା।ଏଥିରେ ସଂଗଠନର କର୍ମକର୍ତ୍ତା, ଛାତ୍ରୀଛାତ୍ର ମାନେ ଯୋଗଦେଇ ସେମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ । ସରକାର ଏବଂ ପ୍ରଶାସନ । କନ୍ଧମାଳ ଜିଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟର ଦୂରବସ୍ଥାକୁ ନେଇ ଉଦବେଗ ପ୍ରକାଶ କରାଯାଇଥିଲା । ଜିଲାରେ ଥିବା ସେବାଶ୍ରମ ବିଦ୍ୟାଳୟରେ ଛାତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରାଯାଇଥିଲା। ରାଜ୍ୟ ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି କରୁ ନ ଥିବାରୁ ଜିଲାର ଶିକ୍ଷିତ ଯୁବକ ଯୁବତୀ ମାନେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଅଭିଯୋଗ କରିଥିଲେ ଛାତ୍ର ନେତା l ଯଦି ଏହାର ପ୍ରତିକାର ନ ହୁଏ, ତାହାଲେ ଆଗାମୀ ଦିନରେ ଏବିଭିପି ପକ୍ଷରୁ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସଂଗଠନ କର୍ମକର୍ତ୍ତା ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏହି ସମାବେଶରେ ରାଜ୍ୟ ଯୁଗ୍ମ ସମ୍ପାଦକ ସ୍ୱାଗତ କୁମାର ତ୍ରୀପାଠୀ ଓ ସଂଜନା କହଁର, କନ୍ଧମାଳ ଜିଲା ପ୍ରମୁଖ ଶିବାଶିଷ ପଣ୍ଡା, ଜିଲା ସଂଯୋଜକ ରୁଦ୍ରପ୍ରସାଦ ସେଠୀ, ଗଂଜାମ ବିଭାଗ ସମ୍ପାଦକ ସୌଭାଗ୍ୟ ମହାନ୍ତି, ଟୁକୁନା ମଲ୍ଲିକ, ରାଜ୍ୟ ଜନଜାତି ସହ ପ୍ରମୁଖ ତଅପୋଇ କହଁରଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ । ଅନୁଷ୍ଠିତ ଏହି ବିଶାଳ ଛାତ୍ର ସମାମେଶରେ ଜିଲାର ବିଭିନ୍ନ ମହାବିଦ୍ୟାଳୟରୁ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ସାମିଲ୍‌ ହୋଇଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

ଜଗଦିଶ ବେହେରାଙ୍କ ପରଲୋକ

Udaya_Labanya | February 5, 2023 | 2 views |0

ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବହଳଦା ବ୍ଲକର ବିଂଝୁଆ ଗ୍ରାମର ଜଗଦିଶ ବେହେରାଙ୍କ ସୁଗାର ଓ ବ୍ଲଡ଼ ପ୍ରେସର ଜନିତ ରୋଗରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବାରିପଦା ଜିଲ୍ଲା ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି | ଏ ଖବର ଶୁଣି ରାଇରଙ୍ଗପୁର,…

ଆଠଗଡ ସାହିତ୍ୟ ସମାଜ କବିତା ଆସର ଅନୁଷ୍ଠିତ

Udaya_Labanya | February 5, 2023 | 98 views | 0

ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜର କବିତା ଆସର ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି,ଉପସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ…

Leave a Reply

Your email address will not be published. Required fields are marked *

Archives

Categories