ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ବ୍ୟାପକ ଦୁର୍ନୀତି ଅଭିଯୋଗ

Udaya_Labanya | January 31, 2023 | 11 views |0 | Breaking News


ଫୁଲବାଣୀ ( ସୁନୀଲ ପଟନାୟକ )
ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ଦୁର୍ନୀତିର ଗନ୍ଧ l ପୁରୁଣା ମାଟି ଇଟା ଏବଂ ଅନାମଧେୟ କମ୍ପାନୀ ର ସିମେଣ୍ଟ ବ୍ୟବହାର ଓ କମ ସିମେଣ୍ଟ ଆଉ ଅଧିକା ବାଲି ମିଶ୍ରଣ ରେ ହେଉଛି କାନ୍ଥ ଯୋଡ଼େଇ l ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲିଗୁଡା ଏନ. ଏ. ସି ର ଛଅ ନମ୍ବର ୱାର୍ଡ ର ବଡ଼ସାହି ଅଙ୍ଗନବାଡି କେନ୍ଦ୍ରରେ ଯାହାକୁ ନେଇ ଗ୍ରାମବାସୀ ତଥା ଦୁର୍ନୀତି ବିରୋଧୀ ମଞ୍ଚ ତୀବ୍ର ବିରୋଧ କରିଛି l କାମ ବେଳେ କୌଣସି ଯନ୍ତ୍ରୀ ଓ ସରକାରୀ ଅଧିକାରୀ ଉପସ୍ଥିତ ନରହିବା କାରଣରୁ ଠିକାଦାର ମନଇଛା ନିମ୍ନ ମାନର କାମ କରୁଥିବା ଅଭିଯୋଗ ହେଉଛି l ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଠିକାଦାର ବିଲପାଇ ମାଲାମାଲ ହେଉଛି l ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଆଞ୍ଚଳିକ ଦୁର୍ନୀତି ବିରୋଧୀ ଯୁବ ମଞ୍ଚର ସମ୍ପାଦକ ଶୁକଦେବ ନାୟକ ଗ୍ରାମ୍ୟ କମିଟି ଉପ ସଭାପତି ଶିବରାମ ପ୍ରଧାନୀ ସମେତ ଗ୍ରାମବାସୀ ଦାବୀ କରିଛନ୍ତି l
ତେବେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ଏଥିପ୍ରତି ଦ୍ରୁଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ l

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 7 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 17 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories