କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାରେ କୋଟିଏ ଟଙ୍କା ର ବିକ୍ରୀ

Udaya_Labanya | January 31, 2023 | 14 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ପାଞ୍ଚ ଦିନ ବ୍ୟାପୀ ଶାନ୍ତି ଶୃଙ୍ଖଳା ଭାବେ ଧୁମ ଧାମ ରେ ଚାଲିଥିବା କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଯାପିତ ହୋଇଛି lମେଳାରେ ୨୫ 0ରୁ ଉର୍ଦ୍ଧ ଷ୍ଟଲ ଖୋଲାଯାଇଥିଲା l ମହୋତ୍ସବ ଦେଖିବାଲାଗି ଜିଲ୍ଲା ଓ ଜିଲାବାହାର ଲୋକଙ୍କ ଖଚାଖଚ ଭିଡ଼ ହୋଇଥିଲା lମେଳାରେଘରକରଣା,ସୋଫା ସେଟ, କାର୍ପେଟ, ଖେଳନା, କୃଷି ଯନ୍ତ୍ରପାତି ଆଦି ବିଭିନ୍ନ ସାମଗ୍ରୀ ବିକ୍ରୀ ହୋଇଥିଲା l ତା ସାଙ୍ଗକୁ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଇବା ମିଳୁଥିଲା lଲୋକେ ଭରପୁର ମଜା ଉଠାଇଥିଲେ l
୫ ଦିନ ମଧ୍ୟରେ ଛ ୟା ନବେ ଲକ୍ଷ ଚବିସ ହଜାର ଟଙ୍କାର କାରବାର ହୋଇଥିଲା l
ମା ଅନ୍ନ ପୂର୍ଣା ସ୍ବୟଂ ସହାୟକ ଗୋଷ୍ଠୀ ର ସବୁଠୁ ଅଧିକା ୨ ଲକ୍ଷ ଦଶ ହଜାର ଟଙ୍କା ବିକ୍ରୀ ହୋଇଥିବା ଅରମାସ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଦୁର୍ଗା ପ୍ରସାଦ ଭୂୟାଁ କହିଛନ୍ତିl ଥଣ୍ଡାକୁ ଖାତିର ନକରି ଲୋକେ ମେଳା ଉପଭୋଗ କରିବାସହ ରଂଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟ କ୍ରମ ଦେଖିବା ଲାଗି ଆସିଥିବା ଭୂୟାଁ କହିଥିଲେ l
ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଜ଼ିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱରଂଜନ ନାୟକ, ଉପଜିଲାପାଳ ଶେଷ ଦେବ ମିଶ୍ର, ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠି, ଫୁଲବାଣୀ ବିଡ଼ିଓ ପ୍ରବୀଣ କୁମାର ବାଣୁଆ, ଆରଟିଓ, ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ସମେତ ସମସ୍ତ ପଦସ୍ତ ଅଧିକାରୀ, ସମାଜ ସେବୀ, ଆଇନଜୀବୀ, ଗଣ ମାଧ୍ୟମ ପ୍ରତିନିଧି ଙ୍କ ଆନ୍ତରିକ ଉଦ୍ୟମ, ଯୋଗୁଁ ମହୋତ୍ସବ ସଫଳ ହୋଇଥିଲା,

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories