#Breaking News

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଫେରୀଵାଲା କୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ


ଫୁଲବାଣୀ (ସୁନୀଲ ପଟନାୟକ )ଏକ ନାବାଳିକା ଦୁଷ୍କର୍ମ ମାମଲା ର ସାଖ୍ୟ ପ୍ରମାଣ ସାଙ୍ଗକୁ ପୋଲିସ ରିପୋର୍ଟ ପୀଡିତା ବୟାନ କୁ ଭିତ୍ତି କରି ଫୁଲବାଣୀ ପୋକ ସୋ କୋର୍ଟ ବିଚାରପତି ସଂଜିତ କୁମାର ବେହେରା ଅଭିଯୁକ୍ତ ଫେରୀଵାଲା ଉତ୍ତରରପ୍ରଦେଶ ଫରିଦାପୁର ଅଂଚଳ ର ବସିର ସାହା କୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ୨ ୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l
ଜୋରିମାନା ଅନାଦେୟ ଆଉ ଅଧିକା ଦେଢ଼ ବର୍ଷ କାରାଦଣ୍ଡ ଆଦେଶ ଦେଇଛନ୍ତି କୋର୍ଟ l ଏଥିସହ ପୀଡିତା କୁ ୬ ଲକ୍ଷ କ୍ଷତିପୂରଣ ଅର୍ଥ ଦେବାକୁ ଆଦେଶ ଦେଇଛନ୍ତିପୋ କ ସୋ କୋର୍ଟ ବିଚାରପତି l
ସୂଚନା ଯୋଗ୍ୟ ଯେ, ୨ 0୧ ୯ ଫେ ବ୍ରୁଆରୀ ୨ ୨ ରେ ଅଭିଯୁକ୍ତ ସାହା ଦରି ପାଲ ବିକ୍ରୀକରିବାକୁ ଫିରିଙ୍ଗିଆ ଥାନା ଅଧୀନ ଏକ ଗ୍ରାମ କୁ ଯାଇ ପୀଡିତ ଦିବ୍ୟାଙ୍ଗ ନାବାଳିକାଙ୍କ ଘରେ ପାଲ ରଖିବାଲାଗିପଚାରିଥିଲା ହେଲେ ଘରେ କେହି ନାହାଁନ୍ତି, ପାଲ ରଖି ବୁନି ବୋଲି କହିବାରୁ ପୀଡିତା ଏକା ଥିବା ଜାଣି ବସିର ପାଣି ଆଣିବାକୁ କହିଥିଲା, ପୀଡିତା ପାଣି ଆଣିବାକୁ ଗଲାବେଳେ ବସିର ଘରେ ପଶି ଦୁଷ୍କର୍ମ କରିଥିଲା lପୀଡିତା ପାଟିକରିବାରୁ ବସିର ସେଠାରୁ ଫେରାର ହୋଇଯାଇଥିଲା ହେଲେ ଗ୍ରାମବାସି ଓ ପୀଡିତା ପରିବାର ମିଶି ତାର ଏକ ସହଯୋଗୀ କୁ କାବୁ କରି ଧରିଥିଲେ l ଏ ନେଇ ପୀଡିତା ଫିରିଙ୍ଗିଆ ଥାନାରେ ଏତଲା ଦେଇଥିଲା l ଫିରିଙ୍ଗିଆ ଥାନା ପୋଲିସ ୧ ୫ /୧ ୯ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ବସିର ସାହା କୁ ଗିରଫ କରିଥିଲା l
ଆଉ ଏହି ମାମଲା ର ବିଚାର କରି ପୋ କ ସୋ ବିଚାର ପତି ଉପରୋକ୍ତ ରାୟ ଶୁଣାଇଛନ୍ତି l

Leave a comment

Your email address will not be published. Required fields are marked *