ବିସ୍ପୋରକ ସାମଗ୍ରୀ ଫୁଟି ସେଣ୍ଟ ଜାଭିଅର୍ ସ୍କୁଲର ତିନି ଜଣ ହଷ୍ଟେଲ ଛାତ୍ର ଆହାତ: ଦୁଇ ଗୁରୁତର

Udaya_Labanya | February 1, 2023 | 86 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ରୁତୁଙ୍ଗିଆ ପଞ୍ଚାୟତର ସେଣ୍ଟ ଜାଭିଅର୍ ସ୍କୁଲରେ ଅଘଟଣ। ଉକ୍ତ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢୁଥିବା ୭ମଶ୍ରେଣୀର ତିନି ଜଣ ଛାତ୍ର ବୁଧବାର ଦିନ ର ମଧ୍ୟାହ୍ନ ଏକ ଛୁଟିବେଳେ କେଉଁଠି ଥିବା ଏକ ବିସ୍ପୋରକ ଧରି ଥିବାବେଳେ କୈାଣସି କାରଣ ବଶତଃ ବିସ୍ପୋରକଟି ହଠାତ ଫୁଟିଯିବା ଫଳରେ ତିନି ଜଣ ଛାତ୍ର ଆହାତ ହୋଇଥିବା ବେଳେ ଦୁଇଜଣ ଗୁରୁତର ଥିବା ଜଣାପଡିଛି l ଖବର ପାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ଛାତ୍ର ମାନଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଆଣି ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ଡାକ୍ତର ଖାନାକୁ ପଠାଇ ଦିଆଯାଇଥିବା ଜଣାପଡିଛି l ଏଭଳି ଏକ ଅଭାବନୀୟ ଘଟଣା କୁ ନେଇ ସେଇ ସ୍କୁଲର କର୍ତ୍ତୃପକ୍ଷ ସଠିକ ଉତ୍ତର ଦେଉନଥିବା ବେଳେ ଯାହା କହୁଛନ୍ତି ସେଥିରେ କିଛି ସତ୍ୟତା ନଥିବା ଜଣା ପଡିଛି l ଛାତ୍ରମାନେ କେଉଁଠାରୁ ସ୍କୁଲ ପରିସରକୁ ନିଜ ପକେଟ୍ ଭିତରେ ଯେ କୌଣସି ଏକ ବିସ୍ପୋରକ ସାମଗ୍ରୀ ଆଣିଥିଲେ ତାହା ତଦନ୍ତ ସାପେକ୍ଷ। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି,

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories