ନଦୀ ଗବେଷଣା ପାଇଁ ରଞ୍ଜନ ପ୍ରଧାନଙ୍କୁ ‘ତପସ୍ୟା ସୃଜନ ପୁରସ୍କାର

Udaya_Labanya | February 2, 2023 | 8 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ନଦୀ ଗବେଷଣା ପାଇଁ ବିଶିଷ୍ଟ କଥାକାର ତଥା ଗବେଷକ ଡ. ରଞ୍ଜନ ପ୍ରଧାନଙ୍କୁ ସମ୍ମାନଜନକ ‘ତପସ୍ୟା ସୃଜନ ପୁରସ୍କାର-୨୦୨୧’ ପ୍ରଦାନ କରାଯାଇଛି। ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତପସ୍ୟା ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ଏକ ଗବେଷଣା ପୁସ୍ତକକୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ୨୦୨୧ ବର୍ଷ ପାଇଁ ଡ. ପ୍ରଧାନଙ୍କ ଲିଖିତ ‘ଓଡ଼ିଶାର ନଦନଦୀ’ ପୁସ୍ତକକୁ ‘ତପସ୍ୟା ସୃଜନ ପୁରସ୍କାର’ ପ୍ରଦାନ କରାଯାଇଛି। ପୁରସ୍କାର ବାବଦରେ ଡ. ପ୍ରଧାନଙ୍କୁ ୩୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ଭୁବନେଶ୍ବରର ହୋଟେଲ ଶୀତଳ ସମ୍ମିଳନୀ କକ୍ଷରେ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ମରାଠୀ ଲେଖକ ଦାମୋଦର ଖଡ୍ସେ ଏବଂ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଓଡ଼ିଆ କଥାକାର ଡ. ଗୌରହରି ଦାସ ଯୋଗଦେଇ ଡ. ପ୍ରଧାନଙ୍କୁ ଅର୍ଥରାଶି, ମାନପତ୍ର ଓ ଉତ୍ତରୀୟ ପ୍ରଦାନପୂର୍ବକ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ତପସ୍ୟା ଫାଉଣ୍ଡେସନର ପ୍ରତିଷ୍ଠାତା ତପନ କୁମାର ପଣ୍ଡା, ପରିଚାଳନା ଟ୍ରଷ୍ଟି ଜୁଲି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଡ. ପ୍ରଧାନଙ୍କ ପୁରସ୍କୃତ ଗବେଷଣା ପୁସ୍ତକ ‘ଓଡ଼ିଶାର ନଦନଦୀ’ ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା। ପୁରସ୍କୃତ ପୁସ୍ତକରେ ଓଡ଼ିଶାର ସମସ୍ତ ନଦୀ, ଉପନଦୀ ଓ ଶାଖାନଦୀମାନଙ୍କ ସମ୍ପର୍କରେ ଏକ ପୁଙ୍ଖାନୁପୁଙ୍ଖ ଗବେଷଣା କରାଯାଇଛି। ଡ. ପ୍ରଧାନ ଓଡ଼ିଶାର ସବୁ ନଦୀ ବୁଲି ସଂଗ୍ରହ କରିଥିବା ବିରଳ ଅଭିଜ୍ଞତା ଓ ତଥ୍ୟସବୁକୁ ଅତି ଆକର୍ଷଣୀୟ ଶୈଳୀରେ ଉପସ୍ଥାପନ କରିପାରିଛନ୍ତି ଏବଂ ପ୍ରତି ଓଡ଼ିଆ ପାଠକ, ଗବେଷକଙ୍କ ପାଇଁ ଏହି ପୁସ୍ତକଟି ସଂଗ୍ରହଣୀୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସୂଚନାଯୋଗ୍ୟ, ଓଡ଼ିଶାର ନଦୀ ଓ ଜନଜାତି ଗବେଷଣା ପାଇଁ ଡ. ପ୍ରଧାନ ପୂର୍ବରୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅନୁଷ୍ଠାନମାନଙ୍କ ପକ୍ଷରୁ ବହୁବାର ସମ୍ବର୍ଦ୍ଧିତ ଓ ପୁରସ୍କୃତ ହୋଇଛନ୍ତି। ଏହି ପୁରସ୍କାର ଲାଭ କରିବା ପରେ ତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଓଡ଼ିଶାର ଜନଜାତି ଓ ନଦୀ ଗବେଷଣାକୁ ନେଇ ଡ. ପ୍ରଧାନଙ୍କର ପ୍ରାୟ ୨୦ରୁ ଅଧିକ ପୁସ୍ତକ ବେଶ ପାଠକୀୟତା ଅର୍ଜନ କରିପାରିଛି।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories