ନବ ଦାସ ଙ୍କ ବିୟୋଗରେ ଶୋକ
Udaya_Labanya | February 2, 2023 | 11 views |0 | Breaking News
ଫୁଲବାଣୀ (ସୁନୀଲ ପଟନାୟକ )
ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାଶ ଙ୍କ ଅକାଳ ବିୟୋଗ ରେସ୍ଥାନୀୟ ନାରାୟଣୀ ଯାତ୍ରା ପଡିଆ ଠାରେ କନ୍ଧମାଳ ଜିଲ୍ଲା ବିଜେଡି ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି l
କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ତଥା ବରିଷ୍ଠ ବିଜେଡି ନେତା ସରୋଜକୁମାର କର୍ଣ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ସମସ୍ତ ଜନ ପ୍ରତିନିଧି, ଯୁବ ନେତା, ଏକତ୍ରିତ ହୋଇ ଅମର ଆତ୍ମା ର ସଦଗତି ପାଇଁ ନୀରବ ପ୍ରାର୍ଥନା କରିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ସଂଜିତ ମହାନ୍ତି,ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ରାଜ୍ୟ ବିଜେଡି ମହିଳା ଉପସଭାପତି ସୁଶ୍ରୀ ଅନିମା କହଁର, ଯୁବ ବିଜେଡି ସଭାପତି ବିଷ୍ଣୁ ଚରଣ ମଲିକ, ମହିଳା ବିଜେଡି ସଭାନେତ୍ରୀ ପୁନମ କହଁର, ଛାତ୍ର ବିଜେଡ଼ି ସଭାପତି ସୁନୀଲ ସେଠି, ନଗର ସଭାପତି ସୁଧୀର କହଁର, ବିଜେଡ଼ି ନେତା ତଥା ପୂର୍ବତନ ମୁନିସିପାଲିଟି ଅଧ୍ୟକ୍ଷ ପ୍ରତାପ ପାତ୍ର, ବିଜେଡି ନେତା ଶିବପ୍ରସାଦ ତ୍ରିପାଠୀ, ପାର୍ଥ ବିଶ୍ୱାଳ, କମଳ ବେହେରା, କାଉନ୍ସିଲର ମାଧବୀ ମିଶ୍ର, ତ୍ରିଲୋଚନ କହଁର, ରାଜେନ୍ଦ୍ର ପାଢ଼ୀ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ନବ ଦାଶ ଙ୍କ ସ୍ମୃତିଚାରଣ କରିଥିଲେ l