ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ଆଠଗଡ ବ୍ଲକ ଘେରିଲା ବିଜେପି, ବିଜେପି କର୍ମୀ ପୋଲିସ ଠେଲାପେଲା

Udaya_Labanya | February 2, 2023 | 188 views |0 | Breaking News

ଆଠଗଡ (ଉଲ୍ଲାପ୍ର )ଆଠଗଡ ରେ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ଆଠଗଡ ବ୍ଲକ ଘେରିଛି ବିଜେପି, ବିଜେପି ନେତା ବ୍ରଜେନ୍ଦ୍ର ରାୟଙ୍କ ନେତୃତ୍ୱରେ ଆଠଗଡ ବିଜେପି କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଆଠଗଡ ବ୍ଲକ କାର୍ଯ୍ୟାଳୟ ଆଗରେ ପହଞ୍ଚି ଥିଲେ ବିଜେପି କର୍ମୀମାନେ, ସେଠାରେ ପୋଲିସ ବ୍ଲକ ଗେଟକୁ ବନ୍ଦ କରିଦେଇଥିବା ବେଳେ ବିଜେପି କର୍ମୀମାନେ ଧସେଇ ପଶିଥିଲେ ବ୍ଲକ ଭିତରକୁ, ଏହାପରେ ଆଠଗଡ ଡ଼ିଏସପି ବିଜୟ ବିଶି ଓ ପୋଲିସ ଫୋର୍ସ ମାନଙ୍କ ସହିତ ବ୍ଲକ କାର୍ଯ୍ୟାଳୟ କୁ ଧସେଇ ପଶିବାକୁ କର୍ମୀ ମାନେ ଉଦ୍ୟମ କରୁଥିବା ବେଳେ କିଛି ସମୟ ପାଇଁ ଠେଲା ପେଲା ହୋଇଥିଲା, ଏହାପରେ ବିଜେପି କର୍ମୀମାନେ ବ୍ଲକ କାର୍ଯ୍ୟାଳୟ ଆଗରେ ବିଧାୟକ ରାଜା ସ୍ୱାଇଁ ଙ୍କ ବିରୁଦ୍ଧରେ ବର୍ଷିଥିଲେ, ଏହି ବ୍ଲକ ଘେରାଉ

କାର୍ଯ୍ୟକ୍ରମ ରେ ଆଠଗଡ ବିଜେପି ପ୍ରଭାରୀ ଜ୍ଞାନେନ୍ଦ୍ର ସ୍ୱାଇଁ ଯୋଗଦେଇ ରାଜ୍ୟ ସରକାର ଦଳୀୟ ଲୋକଙ୍କୁ ଆବାସ ଘର ପ୍ରଦାନ କରୁଥିବା ବେଳେ ସାଧାରଣ ଲୋକ ଏଥିରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି, ଏଥିରେ ବିଜେପି ଜିଲ୍ଲା ସମ୍ପାଦକ ରାମ ନାରାୟଣ ମହାନ୍ତି, ଜିଲ୍ଲା କୃଷକ ସଙ୍ଘ ସଭାପତି ଶଙ୍କର୍ଷଣ ମହାନ୍ତି, ଜଗଦାନନ୍ଦ ତ୍ରିପାଠୀ, ପ୍ରକାଶ ସେଠି, ଡ ହରିହର ସାହୁ ପ୍ରମୁଖ ଯୋଗଦେଇ ଥିଲେ, ବିଜେପି ନେତା ବିଚିତ୍ରା ନନ୍ଦ ଜେନାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଘେରାଉ କାର୍ଯ୍ୟକ୍ରମ ରେ ଆଠଗଡ ନିର୍ବାଚନ ମଣ୍ଡଳୀର ବହୁ ବିଜେପି ନେତା ଓ କର୍ମୀ ଯୋଗଦେଇ ଆଠଗଡ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ,

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 8 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 18 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories