ବ୍ଲକ ସ୍ତରୀୟ ଆଞ୍ଚଳିକ ସମସ୍ୟାର ସମାଧାନ ନେଇ ବସିଲା ବୈଠକ

Udaya_Labanya | February 2, 2023 | 5 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ହାଟପଦା ପ୍ରାଙ୍ଗଣରେ ପାରମ୍ପରିକ ଲୋକକଳାକାର ସାଂସ୍କୃତିକ ସଂଘ, ଓ ନାରୀସୁରକ୍ଷା ମହିଳା ମହାସଂଘ ର ଆବାହକ କ୍ରିଷ୍ଣା ଚନ୍ଦ୍ର ଦିଗାଲ (ବୁଲୁ)ଙ୍କ ଆହ୍ୱାନ କ୍ରମେ ବ୍ଲକର ବିଭିନ୍ନ ବିଭାଗ ଅନୁଷ୍ଠାନ ର ପରିଚାଳନା କମିଟି ର ମୁଖ୍ୟ ସଭାପତି, ସଭନେତ୍ରୀ, ସମ୍ପାଦିକା, ସମ୍ପାଦକ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ଜନସାଧାରଣ ଙ୍କ ବିଭିନ୍ନ ସମସ୍ୟା ଯଥା -ରାସ୍ତାଘାଟ ଅର୍ଥାତ ଗ୍ରାମ ପଞ୍ଚଯାତ କାର୍ଯ୍ୟଳୟ ଠାରୁ ପ୍ରତ୍ୟେକ ଗ୍ରାମ କୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, କିମ୍ବା କଂକ୍ରିଟ ରୋଡ ନିର୍ମାଣ କରିବା,ପ୍ରକୃତ ଗରିବ ହିତାଧିକାରୀ ଙ୍କୁ ଇନ୍ଦିରା ଆବାସ ଘର ପ୍ରଦାନ କରିବା,ବିଜୁଳି ଦରକୁ ହ୍ରlସ କରିବା,ପାନୀୟ ଜଳ, ପରିବାର ମଙ୍ଗଳ ସହାୟତା ଯୋଜନାରେ ଆବେଦନ କରିଥିବା ବିଧବା ମହିଳା ଙ୍କୁ ଆର୍ଥିକ ସହାୟତା କୋଡିଏ ହଜାର ଟଙ୍କା ପ୍ରଦାନ କରିବା, ଅସହାୟ ଭତ୍ତା, କଳାକାର ଭତା, ଏହିପରି ଅନେକ ସମସ୍ୟାର ସମାଧାନ ପାଇଁ ଆଲୋଚନା କରାଯାଇଥିବା ବେଳେ ବର୍ତମାନ ମଞ୍ଜୁର ହୋଇଥିବା ଇନ୍ଦିରା ଆବାସ ଘର ପ୍ରକ୍ରିୟା ଆଦୌ ସନ୍ତୋଷ ଜନକ ନ ଥିବା ଅଭିଯୋଗ ଦେଖିବାକୁ ମିଳିଛି l ଏଣୁ ଯଥେଷ୍ଟ ପରିମାଣରେ ଆବଶ୍ୟକ ମୁତାବକ ଗରିବ ସାହାଯ୍ୟ ଗୃହ ମଞ୍ଜୁର କରି ପ୍ରକୃତ ଗରିବ ହିତାଧିକାରୀ ଙ୍କୁ ବଞ୍ଚିତ କରା ନ ଯିବା,ଏବଂ ବର୍ତ୍ତମାନ ମଞ୍ଜୁର ହୋଇଥିବା ହିତାଧିକାରୀ ତାଲିକା କୁ ରଦ ନ କରି ଆସିଥିବା ଲୋକଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିବା, ନୂତନ ଭାବରେ ଏକ ଲକ୍ଷ କଳାକାର ଙ୍କ ପାଇଁ ଭତ୍ତା ମଞ୍ଜୁର କରିବା,କଳାକାର ଙ୍କୁ ଘର ପ୍ରଦାନ କରିବା,କଳାକାର ଙ୍କ ବସାଉଠl ସଭା ସମିତି ପାଇଁ ବ୍ଲକ ହେଡକ୍ୱାଟର ଅଞ୍ଚଳ ରେ ଏକ ଶହ ଆର ଜାଗା ସହିତ ଘର ନିର୍ମାଣ ପାଇଁ ଦଶ ଲକ୍ଷ ଟଙ୍କା ମଞ୍ଜୁର କରିବା, ପେସାଦାର କଳାକାର ଙ୍କୁ ଜନ ସଚେତନତା ଲୋକନୃତ୍ୟ କାର୍ଯ୍ୟକ୍ରମ କରିବାକୁ ଟଙ୍କା ମଞ୍ଜୁର କରିବା, ଏବଂ ଲୋକଙ୍କର ସୁରକ୍ଷା ଦୃଷ୍ଟିରୁ ଫୁଲବାଣୀ -ବ୍ରହ୍ମହପୁର ସଂଯୋଗ ରାସ୍ତା ରେ ମଝି ମଝି ରେ ବଡ଼ ବଡ଼ ଖାଲ ଥିବା ସ୍ଥାନକୁ ମରାମତି କରିବା, ଏହିପରି ଉନ୍ନତି ମୂଳକ କାର୍ଯ୍ୟକ୍ରମ କରାଯିବାକୁ ପ୍ରଶାସନ ର ଦୃଷ୍ଟି ଆକର୍ଷଣ ପାଇଁ ନିଷ୍ପତି କରାଯାଇଥିଲା l ଏଥିରେ ପାରମ୍ପରିକ ଲୋକକଳାକାର ସାଂସ୍କୃତିକ ସଂଘ, ଟିକାବାଲି, ସମ୍ପାଦକ ବାଲି କହଁର, ଉପଦେଷ୍ଟା ରାମ ଚନ୍ଦ୍ର ଡିଗାଲ,ଉପସଭାପତି ବାମଦେବ ଡିଗାଲ, ସହ ସମ୍ପାଦିକା ଅପସରି ଡିଗାଲ, ପ୍ରେମନ୍ତ କହଁର , ଦୁଃଶାସନ ପ୍ରଧାନ, ନବଜିନ କହଁର, ବାସନ୍ତୀ କହଁର,ବି କେ ଏସ ଏସ ର ଉପସଭାପତି ବିଜେନ୍ଦ୍ର ପ୍ରଧାନ, ବେବି କହଁର, ବିନେଜିତ ପ୍ରଧାନ, ସମୀର ଡିଗାଲ, ଗନ୍ଧର୍ପ କହଁର , ପ୍ରମୁଖ କର୍ମୀବୃନ୍ଦଙ୍କ ସମେତ ବହୁ ଅନୁଷ୍ଠାନ ର ପରିଚାଳନା କମିଟି ର କର୍ମକର୍ତ୍ତା ଯୋଗ ଦେଇଥିଲେ l

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 7 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 17 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories