ଆବାସ ଯୋଜନା ଦୁର୍ନୀତି ନେଇ ତିଗିରିଆ ବ୍ଲକ ଘେରିଲା ବିଜେପି

Udaya_Labanya | February 4, 2023 | 22 views |0 | Breaking News

ତିଗିରିଆ (ଉଲ୍ଲାପ୍ର )କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟରେ ଶାସକ ଦଳ ଦଳୀୟ ଭିତିରେ ବାଣ୍ଟୁ ଥିବା ଯୋଗୁ ଏବେ ରାଜ୍ୟରେ ବିଜେପି ଦଳ ପ୍ରତି ବ୍ଲକ ଆଗରେ ଧାରଣା ଦେଉଛି, ଶନିବାର ଦିନ କଟକ ଜିଲ୍ଲା ଆଠଗଡ ନିର୍ବାଚନ ମଣ୍ଡଳୀ ତିଗିରିଆ ବ୍ଲକକୁ ଘେରିଥିଲା ଆଠଗଡ ବିଜେପି, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ତଥା ଆଠଗଡ ବିଜେପି ନେତା ବ୍ରଜେନ୍ଦ୍ର ରାୟଙ୍କ ନେତୃତ୍ୱ ରେ ଶତାଧିକ ବିଜେପି କର୍ମୀ ପାଞ୍ଚ ଗାଁ ଶିବ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ରେ ଆସି ଗ୍ରାମ ପରିକ୍ରମା କରି ତିଗିରିଆ ବ୍ଲକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ଆଠଗଡ ଅପେକ୍ଷା ବହୁ ଛୋଟ ବ୍ଲକ ତିଗିରିଆ ହୋଇଥିବା ବେଳେ ଏହି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ଚରମ ସୀମାରେ ପହଞ୍ଚି ଥିବା ଅନେକ ପୁରୁଷ ଓ ମହିଳା ଅଭିଯୋଗ କରିଥିଲେ, ଯୋଉମାନେ ଆବାସ ଘର ପାଇବା କଥା

ସେମାନଙ୍କୁ ଆବାସ ଘର ପ୍ରଦାନ କରାନଯାଇ ଦଳୀୟ ଭିତିରେ ଆବାସ ଘର ବଣ୍ଟା ଯାଉଥିବା ଅଭିଯୋଗ କରିଛନ୍ତି ଯୋଗ୍ୟ ହିତାଧିକାରୀ ମାନେ, ସେମାନେ ଯୋଗ୍ୟ ହୋଇଥିଲେ ମଧ୍ୟ ସେମାନଙ୍କୁ ମିଳୁନି ଆବାସ ଘର, ଯୋଉମାନେ ଅଯୋଗ୍ୟ ସେମାନଙ୍କୁ ମିଳୁଛି ଘର, ଏପରି ପାତର ଅନ୍ତର ଘଟଣା ନେଇ ଅନେକ ଲୋକ ଅସନ୍ତୋଷ ପ୍ରକାଶ କରିଥିଲେ, ତିଗିରିଆ ବିଡ଼ିଓ ଘଟଣା ସ୍ଥଳକୁ ଆସି ଆନ୍ଦୋଳନ କାରି ମାନଙ୍କ ପାଖରୁ ଦାବିପତ୍ର ଗ୍ରହଣ କରିଥିଲେ ଏବଂ ସରକାର ସଠିକ ଢଙ୍ଗରେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରକାଶ କରିଥିଲେ, ବିକ୍ରମ ଦାସଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଘେରାଉ କାର୍ଯ୍ୟକ୍ରମ ରେ ଜିଲ୍ଲା ସମ୍ପାଦକ ରାମ ନାରାୟଣ ମହାନ୍ତି, କୃଷକ ମୋର୍ଚା ସଭାପତି ଶଙ୍କର୍ଷଣ ମହାନ୍ତି, ବିଚିତ୍ରା ନନ୍ଦ ଜେନା, ଚିନ୍ମୟ ମଲ୍ଲିକ, ଜଗଦା ନନ୍ଦ ତ୍ରିପାଠୀ, ପ୍ରକାଶ ସେଠି, ନିର୍ମଳ ପତ୍ରି ପ୍ରମୁଖ ଏହି ଆନ୍ଦୋଳନ ରେ ଶହ ଶହ ବିଜେପି କର୍ମୀ ଯୋଗଦେଇଥିଲେ,

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 7 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 17 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories