ପି ଏମ ଜି ଏସ ୱାଇ ରାସ୍ତା କାମ ନେଇ କେନ୍ଦ୍ରୀୟ ଟିମ ଅସନ୍ତୋଷ

Udaya_Labanya | February 15, 2023 | 9 views |0 | Breaking News , District , Headlines


ଫୁଲବାଣୀ (ସୁନୀଲ ପଟନାୟକ )
ଗ୍ରାମାଞ୍ଚଳ ର ଲୋକମାନଙ୍କୁ ସ୍ଥାୟୀ ଗମନାଗମନ ର ସୁବିଧା ଯୋଗାଇ ଦେବାପାଇଁ ସରକାର ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା ର ପର୍ଯ୍ୟାପ୍ତ ଅର୍ଥ ଯୋଗାଇଦେଉଛନ୍ତି l ତେବେ କିଛି ଦୁର୍ନିତୀ ଗ୍ରସ୍ତ ଠିକାଦାର ଓ ଯନ୍ତ୍ରୀ ଙ୍କ ପାଇଁଏହି ଯୋଜନା ଲକ୍ଷ୍ୟ ଭ୍ରଷ୍ଟ ହେଊଛିକନ୍ଧମାଳ ଜିଲ୍ଲାରେ l
ଠିକ ସମୟରେ କାର୍ଯ୍ୟ ସରୁନଥିବା ରୁ ଲୋକେ ସୁଫଳ ପାଉନାହାନ୍ତି l
କାର୍ଯ୍ୟ ମଧ୍ୟ କୁଆଡେ ନିମ୍ନ ମାନର ହେଉଛି l ଗତକାଲି କେନ୍ଦ୍ରୀୟ ଟିମ ମଧ୍ୟ ପିଏ ମ ଜିଏସୱାଇ ରାସ୍ତା କାର୍ଯ୍ୟଦେଖି ଅସନ୍ତୋଷ ପ୍ରକାଶ କରିଥିଲେ lକାର୍ଯ୍ୟର ମାନ ଯେପରି ଉନ୍ନତ ମାନ ର ହେବ ଆଉ ନିର୍ଦ୍ଧାରିତସମୟ ସୀମା ମଧ୍ୟରେ ଯେପରି ସରିବ ସେଥିପ୍ରତି ଦ୍ରୁଷ୍ଟି ଦେବାଲାଗି ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ lଏଭଳି ଦୃଶ୍ୟ ଦେଖିବାକୁମିଳିଛି ଶଙ୍କରାଖୋଲ-ମାଯାଗାଡ଼ା ରାସ୍ତା କାର୍ଯ୍ୟରେ l ପ୍ରାୟ ୫. ୫ କିମି ରାସ୍ତା ନିର୍ମାଣ ପାଇଁ ୨ କୋଟି ୩ ୯ ଲକ୍ଷ୯ ୯ ହଜାର ଟଙ୍କା ବ୍ୟୟ ଅଟକଳ ରେ ଏହି ରାସ୍ତା ନିର୍ମାଣ ଚାଲିଛି l ରାସ୍ତା କାମ ୨ 0୨ ୧ ଏପ୍ରିଲ ୨ 0ତାରିଖ ଠାରୁ ଆରମ୍ଭ ହୋଇ ୨ 0୨ ୨ ଜାନୁଆରୀ ୧ ୯ ରେ ସରିବା କଥା lକିନ୍ତୁ ବର୍ଷେ ବିତିଯାଇଥିଲେ ବି କାମ ମନ୍ଥର ଗତିରେ ଚାଲିଥିବା ଦେଖାଯାଉଛି l ରାସ୍ତା କାର୍ଯ୍ୟ ରେ ଅନିୟମିତତା ଯୋଗୁଁ କେନ୍ଦ୍ରୀୟ ଟିମ ରେ ଆସିଥିବା ସୁରେନ୍ଦ୍ର କୁମାର ସିଂ, ଓ ଧର୍ମ କୁମାର ଅସନ୍ତୋଷ ପ୍ରକାଶ କରିବାସହ ଠିକାଦାର ଙ୍କୁ ତାଗିଦ କରିଥିଲେ l
ପୂର୍ବରୁ ରାସ୍ତା କାର୍ଯ୍ୟ ନିମ୍ନ ମାନର କରାଯାଉଥିବା ନେଇ ଗ୍ରାମର ମାଧବ କହଁର, ୱାର୍ଡ ମେମ୍ବର ପ୍ରତିଭା ପ୍ରଧାନ, ରାଜ କହଁର ପ୍ରମୁଖ ଜିଲାପାଳ ଙ୍କ ନିକଟରେ ଅଭିଯୋଗ କରି ତଦନ୍ତ ଦାବୀ କରିଥିଲେ l
ଏ ନେଇ ନିର୍ବାହୀଯନ୍ତ୍ରୀ ଙ୍କୁ ପଚାରିବାରେ ରାସ୍ତା କାର୍ଯ୍ୟ ଯେପରି ଉନ୍ନତ ମାନର ହେବା ସହ ଶୀଘ୍ର ସରିବ ସେଥିପ୍ରତି ଦ୍ରୁଷ୍ଟି ଦିଆଯାଉଥିବା କହିଥିଲେl
ଜାଣି ଶୁଣି କାମ ବିଳମ୍ବ କଲେ କାରଣ ଠିକାଦାର ଙ୍କୁ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି କହିଛନ୍ତି l

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 7 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 17 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories