ପ୍ରଥମ କୁ ଛାଡି
ଦ୍ୱିତୀୟ ବିବାହ ମହଙ୍ଗା ପଡିଲା ରଂଗୀଲା ଶିକ୍ଷକ ଙ୍କୁ, ଥାନାରେ ମାମଲା

Udaya_Labanya | February 15, 2023 | 9 views |0 | Breaking News

ଫୁଲବାଣୀ (ସୁନୀଲ ପଟନାୟକ )
ପ୍ରଥମ ପତ୍ନୀ କୁ ଛାଡି ଦିତ୍ୱୀୟ ବିବାହ କରିଥିବା ଶିକ୍ଷକ ଏବେ ହରଡ଼
ଘଣlରେ l ଶିକ୍ଷକଜଣଙ୍କ ହେଲେ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସୁଜାମା ଜୁ ସର କାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀପତି ନାୟକ l
ଖବର ପାଇ ପ୍ରଥମ ପତ୍ନୀ ନିରୁପମା ଡାକୁଆ ବାଲିଗୁଡା ଥାନାରେ ଏତଲା ଦେଇଛନ୍ତି l
ବାଲିଗୁଡା ପୋଲିସ ୨ ୧ /୨ ୩ ରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି l
ସୂଚନା ଯୋଗ୍ୟ ଯେ, ଅଗ୍ନି କୁ ସାକ୍ଷୀ ରଖି ୨ 00୩ ମସିହାରେ ନିରୁପମା କୁ ବିବାହ କରିଥିଲେ ଶ୍ରୀପତି ନାୟକ l
ବିବାହ ର ୩ ବର୍ଷ ପରେ କନ୍ୟା ସନ୍ତାନ ଟିଏ ଜନ୍ମ ହୋଇଥିଲା ଏ ହାପରେ ସ୍ୱାମୀ ଶିକ୍ଷକ ନାୟକ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ lସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା lମାମଲା କୋର୍ଟ ରେ ଯାଇ ପହଞ୍ଚିଥିଲା lସ୍ବାମୀ ବାଲିଗୁଡା କୋର୍ଟ ରେ ଛାଡପତ୍ର ପାଇଁ ଆବେଦନ କରିଥିଲେ lକୋର୍ଟ ରେ ମାମଲା ଚାଲିଥିବାବେଳେ ଶିକ୍ଷକ ନାୟକ ଜଣେ ଯୁବତୀଙ୍କୁ କୁଆଡେ ସ୍କୁଲ ରେ ବିବାହ କରିଥିଲେ l
ସେ ପୁଣି କ୍ଲାସ ଚାଲିଥିବାବେଳେ l
ଶୁଣିବାକୁ ମିଳୁଛି କ୍ଲାସ ଚାଲିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଉପସ୍ଥିତି ରେ କେକକାଟିବା ସହ ବରମାଳା ଆଦାନପ୍ରଦାନ କରି ବିବାହ କରିଥିଲେ l ଆଉ ପାର୍ଟି ମଧ୍ୟ ମନାଇଥିଲେ l
ପାଠ ପଢ଼ା ସମୟରେ ଏସବୁ ବେଆଇନ କାର୍ଯ୍ୟ କୁ ନାପସନ୍ଦ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ଗ୍ରାମବାସି ଓ ଅଭିଭାବକ l

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 7 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 17 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories