ବିଡ଼ିଓଙ୍କ ପ୍ରତିଶୃତି ପାଇ ଖୁସିରେ ଫେରିଲେ ଭିନ୍ନକ୍ଷମ ବୃଦ୍ଧା

Udaya_Labanya | February 15, 2023 | 149 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ମାଓ ଉପଦ୍ରୁତ ତଥା ଦୁର୍ଗମ ପାଙ୍ଗା ଉପରସାହି ପଂଚାୟତ ର ଗଣ୍ଡାପଡ଼ା ଗ୍ରାମ ର ବସୁମତୀ ମଲିକ l ଜଣେ ଭିନ୍ନକ୍ଷମ ଆଦିବାସୀ ମହିଳା lତାଙ୍କୁ ଭିନ୍ନକ୍ଷମ ଭତ୍ତା ମିଳୁଛି l କିନ୍ତୁ ଚାଉଳ ମିଳୁନି lଭିନ୍ନକ୍ଷମ ଯୋଗୁଁ କୌଣସି କାମଧନ୍ଦା କରିପାରୁନାହାନ୍ତି ବସୁମତୀ l

ଚାଉଳ ଗଣ୍ଡାକ ପାଇବା ପାଇଁ ସେ ପଂଚାୟତରୁ ଆରମ୍ଭକରି ବ୍ଲକ, ଉପଜିଲାପାଳ. ଓ ଏପରିକି ଜିଲାପାଳ ଙ୍କ ନିକଟରେ ଲିଖିତ ଭାବେ ଜଣାଇଥିଲେ ବି କୌଣସି ସୁଫଳମିଳିଲାନି lଫଳରେ ବାଧ୍ୟହୋଇ ସେ ବହୁକଷ୍ଟରେ ଗାଡି ରେଆସି ବ୍ଲକ ଛକ ରେ ଓଲ୍ଲlଇ ହାତ ସାହାଯ୍ୟରେ ଗୁରୁଣ୍ଡି ଗୁରୁଣ୍ଡି ଆସି ବିଡ଼ିଓ ବାବୁ ଙ୍କୁ ଦୁଃଖ ଜଣାଇଥିଲେ l ବିଡ଼ି ଓ ସବୁ ଶୁଣିବା ପରେ ଅତିଶୀଘ୍ର ବସୁମତୀ ଙ୍କୁମାଗଣା ଚାଉଳ ଯୋଗାଇବା ବ୍ୟବସ୍ଥା କରିବେ ବୋଲି କହିଥିଲେ lବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ ଙ୍କଠାରୁ ଦୃଢ଼ପ୍ରତିଶୃତି ପାଇବା ପରେ ବସୁମତୀ ଙ୍କମୁହଁରୁ ହସ ଗ ଦ ଗ ଦ ହୋଇ ଝରିପଡିଥିଲା lଆଉ ହଟାତ ପାଟିରୁ ବାହାରି ଆସିଥିଲା ବିଡ଼ିଓ ହେବ ତ ଏମିତି ?
ସରକାର ଗରିବ ଗୁରୁବା ଙ୍କ ପାଇଁ ଅନେକ ଯୋଜନା ମାନ କରିଛନ୍ତି ଆଉ ପର୍ଯ୍ୟାପ୍ତ ଅର୍ଥ ଅନୁଦାନ ବି ଯୋଗାଇ ଦେଉଛନ୍ତି ତେବେ ଅଧଃସ୍ଥନ ସରକାରୀ ବାବୁମାନଙ୍କ ଖାମଖିଆଲି କାରବାର, ଉପର ଠାଉରିଆ, ଓ ଦୁର୍ନିତୀ ପୁର୍ଣ ମନୋଭାବ ଯୋଗୁଁ ବସୁମତୀ ଙ୍କ ପରି ଅନେକ ପ୍ରକୃତ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନା ରୁ ବାଦ ପଡୁଛନ୍ତି ଫଳରେ ସରକାରଙ୍କ
ଲକ୍ଷ ସାଧିତ ହୋଇପାରୁନି l

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 8 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 18 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories