ଶିକ୍ଷୟତ୍ରୀ ଙ୍କ ବଦଳୀ ଦାବୀ ରେ ସ୍କୁଲ ରେ ତାଲା ଠୁଙ୍କିଲେ ଅଭିଭାବକ,ପ୍ରଶାସନ ର ପ୍ରତିଶ୍ରୁତି ପରେ ଆଜି ଖୋଲିଲା ସ୍କୁଲ

Udaya_Labanya | February 15, 2023 | 12 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
ଇନ ଚାର୍ଜ ପ୍ରଧାନ ଶିକ୍ଷୟତ୍ରୀ ଙ୍କ କାର୍ଯ୍ୟ କଳାପ ରେ ଅତିଷ୍ଟ ହୋଇ ଶେଷରେ ସମ୍ପୃକ୍ତ ଶିକ୍ଷୟତ୍ରୀ ଙ୍କୁ ସେ ଠାରୁ ହଟାଇବା ଦାବୀ କରି ଅବିଭାବକ ଓ ଗ୍ରାମବାସି ମିଶି ସୋମବାର ସକାଳୁ ବିଦ୍ୟାଳୟ ରେ ତାଲା ଠୁଙ୍କି ଦେଇଥିଲେ lଫଳରେ ସ୍କୁଲ ରେ ପାଠ ପଢ଼ା ଠପ ହୋଇଯାଇଥିଲା l ସମସ୍ୟା ର ସମାଧାନ ନ ହେଲାଯାଏ ତାଲା ଫିଟିବନି ବୋଲି ଅଡ଼ି ବସିଥିଲେ ଗ୍ରାମବାସି lଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ସାଡୀଙ୍ଗିଆପଞ୍ଚାୟତ ର ଲେଣ୍ଡରିଗାଁ ରେ l
ଶିକ୍ଷୟତ୍ରୀ ଜଣକ ଗତ ବର୍ଷେ ହେଲା ପ୍ରଧାନ ଶିକ୍ଷୟତ୍ରୀ ଦାଇତ୍ୱ ରେ ରହି ଅନିୟମିତତା, ଦୁର୍ନିତୀ, ମନ ମୁଖି କାରବାର ଚଳାଇଥିବା ଅଭିଯୋଗ ହେଉଛି l
ସେହି ପରି ଅଭିଯୋଗ କଲେ ଇନ ଚାର୍ଜପ୍ରଧାନ ଶିକ୍ଷୟତ୍ରୀ ଜଣକ ଅବିଭାବକ ଓ ସ୍କୁଲ ସଭାପତି ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା କହିଛନ୍ତି ଗ୍ରାମବାସି l ଖବରପାଇ ବିଇଓ ଅଶୋକ ମିଶ୍ର ସ୍କୁଲ ରେପହଁଚି
ଗ୍ରାମବାସି ଙ୍କୁ ବୁଝାସୁଝା କରିବାସହ ବଦଳୀ ପ୍ରତିଶୃତି ପରେ ସ୍କୁଲ ତାଲା ଖୋଲିଥିବା ଜଣାପଡିଛି l
ସେହିପରି ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ ମଧ୍ୟ ଘଟଣା ର ସମାଧାନ ଦିଗରେ ଜିଲାପାଳ ଙ୍କ ସହ ଆଲୋଚନା କରି ଅତିଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେବୋଲି କହିଛନ୍ତି lସୂଚନା ଯୋଗ୍ୟ ଯେ ଗତ ମାସେ ତଳେ ଅଭିଭାବକ ମାନେ ଇନ ଚାର୍ଜ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବଦଳୀ ଦାବିକରି ସ୍କୁଲ ରେ ତାଲା ପକାଇଥିଲେ l ତେବେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ରୁ ସୋମବାର ପୁଣିଥରେ ତାଲା ଠୁଙ୍କି ଧାରଣା ରେ ବସିଥିଲେ l
ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡ଼ଙ୍ଗୀ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ଦାବିହେଉଛି l

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 8 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 18 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories