ପୁଅର ମୃତ୍ୟୁ ପରେ ସରକାରୀ ସହାୟତା ଫେରାଇଲେ ସାମ୍ବାଦିକ ଶିବ ପ୍ରସାଦ

Udaya_Labanya | February 16, 2023 | 37 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ ) ମାନସିକ ଅନଗ୍ରସରତଥା ଭିନ୍ନକ୍ଷମ ପୁଅର ମୃତ୍ୟୁ ପରେ ସରକାରୀ ସହାୟତା ରାଶି କୁ ଫେରାଇଦେଇଛନ୍ତି ସାମ୍ବାଦିକ ବାପା ଶିବ ପ୍ରସାଦ ବିଶ୍ୱାଳ ସାମ୍ବାଦିକ ବିଶ୍ୱାଳ ଙ୍କ ପୁଅ ଶତପ୍ରତିଶତ ଭିନ୍ନକ୍ଷମ ହୋଇଥିବାରୁ
ତାଙ୍କୁ ଭିନ୍ନକ୍ଷମ ଭତ୍ତା ବାବଦରେ ମାସକୁ ୭ଶ ହ ଟଙ୍କା ଲେଖାଏଁ ସ୍ଥାନୀୟ ପୌର ପରିଷଦ ପକ୍ଷରୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ମିଳୁଥିଲା ଏଥି ସହ ଖାଦ୍ୟ ସୁରକ୍ଷା ଆଇନ ପ୍ରକାରେ ମାସକୁ ୫ କେଜି ଚାଉଳ ମଧ୍ୟ ମିଳୁଥିଲା l ତେବେ ପୁଅର ମୃତ୍ୟୁପରେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମ ରେ ଟଙ୍କା ଅସିଯା ଇଥିବା ରୁ ସେ ଏହି ଅର୍ଥ ରାଶି କୁ ଚେକ ମାଧ୍ୟମ ରେ ପୌର କାର୍ଯ୍ୟାଳୟ ରେ ନିର୍ବାହୀ ଅଧିକାରୀ ବଳଦେବ ବେହେରା ଙ୍କୁ ଫେରାଇଦେଇ ନିଜେ ଏକ ଦାୟିତ୍ୱବାନ ନାଗରିକ ସହ ସୋଚଟ ସାମ୍ବାଦିକ ର ପରିଚୟ ସୃଷ୍ଟିସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସାମ୍ବାଦିକ ଶିବ ପ୍ରସାଦ ବିଶ୍ୱାଳ l
ମୃତ୍ୟୁ ପରେ ଅନେକ ସମୟରେ ଜାଣତ ରେ ହେଉ ଅଜାଣତରେପରିବାର ଲୋକେ ଖବର କରୁନାହାନ୍ତି ଫଳରେ ଅନ୍ୟ ହିତାଧିକାରୀ ସହାୟତା ପାଇବାରୁ ବଂଚିତ ହେଉଛନ୍ତି ବୋଲି ନିର୍ବାହୀ ଅଧିକାରୀ ବଳଦେବ ବେହେରା କହିବା ସହ ଶିବ ବିଶ୍ୱାଳ ଙ୍କ ପରି ସଠିକ ସମୟରେ ବିଭାଗ କୁ ଖବର ଜଣାଇଲେ ଅନ୍ୟ ମାନେ ଏହାର ସୁଯୋଗ ପାଇପାରିବେ ବୋଲି ବେହେରା କହିଥିଲେ l

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 7 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 17 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories