ବାଲିଗୁଡା :ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ: ଦେବନୀତି ସମ୍ପନ୍ନ

Udaya_Labanya | February 19, 2023 | 8 views |0 | District , Tradition & Religion


ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ପବିତ୍ର ମହା ଶିବରାତ୍ରୀ। ଜାଗର ଯାତ୍ରା। ଏହି ଅବସରରେ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳର ପ୍ରତ୍ୟେକ ଶୈବପୀଠରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଚଳଚଞ୍ଚଳ ହୋଇ ଉଠିଥିଲା। ପୂର୍ବ ରାତ୍ରରୁ ଦେବନୀତି ସମ୍ପନ୍ନ କରା ଯାଇଥିଲା। ପ୍ରତ୍ୟୁଷରୁ ମନ୍ଦିର ଶାହାଣ ମେଲା ହୋଇଥିଲା। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଧାଡିରେ ଯାଇ ଠାକୁରଙ୍କୁ ଦର୍ଶନ, ପାଣିଲାଗି, କେତକୀ ଫୁଲ ଲାଗି ଓ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ବେଢାରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମନୋସ୍କାମନା ପୂରଣ ନିମନ୍ତେ ଜାଗର ଜାଳି ରାତି ତମାମ ଭକ୍ତ ମାନେ ଉଜାଗର ରହିଥିଲେ। ଟାଉନର ବିରୁପାକ୍ଷ ମନ୍ଦିର, ରାମେଶ୍ୱର ମନ୍ଦିର, ଦଣ୍ଡପଦରର ବାବା ଧବଳେଶ୍ୱର ପୀଠ, କଟାଙ୍ଗୀ ର କପିଳେଶ୍ଵର ଶୈବ ପୀଠ, ଜାଲେଶପଟ୍ଟା ର ଜଳେଶ୍ୱର ପୀଠ, ସୁରୁବାଲିର ଖଡ଼ଗେଶ୍ୱର, ଚକାପାଦ ର ବିରୁପାକ୍ଷ ମନ୍ଦିର ସମେତ ସମସ୍ତ ଶୈବପୀଠ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଲାଗି ରହିଥିଲା। ଶୈବପୀଠ ମାନଙ୍କୁ ରଙ୍ଗବେରଙ୍ଗର ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରା ଯାଇଥିଲା। ସନ୍ଧ୍ୟା ରେ ଅଞ୍ଚଳର ପ୍ରତ୍ୟେକ ଶୈବପୀଠ ମାନଙ୍କରେ ପାଲା, ଦାସକାଠିଆ, ଶ୍ରୀରାମ ଲୀଳା ଓ ବାଦୀପଲା ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା।

Share this

Related Posts

ଅଷ୍ଟପ୍ରହରୀରେ ସମିତିସଭ୍ୟଙ୍କର ଯୋଗଦାନ

Udaya_Labanya | March 25, 2023 | 17 views |0

ଚମ୍ପେଶ୍ୱର( ଉଲ୍ଲାପ୍ର )ବାଗଧରିଆ ଅଷ୍ଟପ୍ରହରୀରେ ସମିତି ସଭ୍ୟ ବିପିନ ପଣ୍ଡାଙ୍କର ଯୋଗଦାନ । ପ୍ରଭୁ ଙ୍କର ଏହି ଅପୂର୍ବ ଲୀଳା ରେ ଯୋଗଦେଇ ବିଭୁ କୃପା ଲାଭ କଲେ ସମିତି ସଭ୍ୟ ବିପିନ ବିହାରୀ ପଣ୍ଡା। ବାଗଧରିଆ ରେ ଶୁକ୍ରବାର ଠାରୁ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories