ଭାରସାମ୍ୟ ହରାଇ ଭାଲିଆ ମଞ୍ଜି ଟ୍ରକ ଓଲଟି ଦୁଇ ଆହତ

Udaya_Labanya | February 19, 2023 | 11 views |0 | Breaking News , Headlines


ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିକଟସ୍ଥ ସୀତାପଡ଼ିର ଏକ ବୁଲାଣିରେ ଭାଲିଆ ମଞ୍ଜି ଟ୍ରକ ଓଲଟି ପଡ଼ିଥିବା ବେଳେ ସେଥିରେ ବସିଥିବା ଦୁଇ ଜଣ ଆହତ ହେଇଥିବା ଜଣାପଡ଼ିଛି। ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଠାରୁ ଭାଲିଆ ମଞ୍ଜି ଧରି ଏକ ଟ୍ରକ ନମ୍ୱର ସିଜି ୦୪- ଏନଡବ୍ଲୁ ୭୭୯୨ ରେ ମହାରାଷ୍ଟ୍ର ଯାଉଥିବା ବେଳେ ଶନିବାର ଅପରାହ୍ନରେ ବାଲିଗୁଡ଼ା ଠାରୁ ଦୁଇ କିଲୋମିଟର ଦୂର ସୀତାପଡ଼ିର ଏକ ବୁଲାଣି ରେ ଭାରସାମ୍ୟ ହରାଇ ଟ୍ରକଟି ହଠାତ ଓଲଟି ପଡ଼ିଲା ବୋଲି ଡ୍ରାଇଭର କହିଥିବା ବେଳେ ସେଥିରେ ବସିଥିବା ଭାଲିଆ ମଞ୍ଜିର ମାଲିକ ଦ୍ବୟ ଆହାତ ହୋଇ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories