କନ୍ଧମାଳ -ପୁଣି ଦାଦନ ର ଦୁଃଖଦ ମୃତ୍ୟୁ

Udaya_Labanya | February 21, 2023 | 15 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲାରେ ଦାଦନ ସମସ୍ୟା କମିବାର ନାଁ ଧରୁନି lକାମ ଧନ୍ଦା କରିବାକୁ ସୁଦୂର ଚେନ୍ନାଇ ଯାଇଥିବା ଜଣେ ଦାଦନ ର ମୃତ୍ୟୁ ଘଟିଛି l
ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି lଏପରି ଏକ ଦୁଖଦ ଘଟଣା ସାମନା କୁ ଆସିଛି ଫିରିଙ୍ଗିଆ ବ୍ଲକ ରତଙ୍ଗ ପଂଚାୟତ ପୋଡlପୋଡା ଗ୍ରାମରୁ l
ଗାଁ ରେ ଏତେଟା କାମ ମିଳିଲାନି ଫଳରେ ପରିବାର ଚଳା ଇ ବାଲାଗି
ଅଧିକ ରୋଜଗାର କରିବା ଆଶା ରେ ଗ୍ରାମର ବସନ୍ତ ଭୁକ୍ତlଙ୍କ ଏକ ମାତ୍ର
୧୯ ବର୍ଷ ର ପୁଅ ଭଗବାନ ସୁଦୂର ଚେନ୍ନାଇ ଯାଇ ଗୋଟିଏ ଘରୋଇ କମ୍ପାନୀ ରେ କାମ କରୁଥିଲା l ତେବେ କଣ ହେଲା କେଜାଣି ଗତକାଲି ରାତିରେ ଭଗବାନ ଙ୍କ ହଟାତ ମୃତ୍ୟୁ ହୋଇଥିବା ନେଇ ଖବର ଆସିଥିଲା lପରିବାର ଲୋକେ ଯବାନପୁଅର ମୃତ୍ୟୁ କୁ ସହଜ ରେ ଗ୍ରହଣ କରିପାରିନଥିଲେ l ଏ ପଟେ ମୃତ୍ୟୁ ଖବର କୁ ନେଇ ଗାଁ ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି lଶବ ଏଠାକୁ କିପରି ଆସିବସେ ନେଇ ଚିନ୍ତାରେ ପରିବାର l ଶବ ଗାଁ କୁ ଆଣିବା ପାଇଁ ପ୍ରଶାସନ ପାଖରେ ନେହୁରା ହୋଇଛନ୍ତି ପରିବାର lପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେଇ ଆବଶ୍ୟକ ପଦ କ୍ଷେପ ନେବାସହ କ୍ଷତି ଗ୍ରସ୍ତ ପରିବାର କୁ ଆବଶ୍ୟକ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ, ରତଙ୍ଗ ସରପଞ୍ଚ ଦାବିକରିଛନ୍ତି l

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories