ବିଡମ୍ବନା :-ଶିକ୍ଷା ମନ୍ତ୍ରୀ ଜିଲ୍ଲା ରେ ସମୀକ୍ଷା କରୁଥିବା ସମୟ ସ୍କୁଲ ରେ ଝୁଲୁଛି ତାଲା: ଶିକ୍ଷକଙ୍କ ଖାତିର ନାହିଁ

Udaya_Labanya | February 21, 2023 | 11 views |0 | Breaking News


ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଦିଗହରା ହୋଇଥିବା ବେଳେ ସୋମବାର ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ମନ୍ତ୍ରୀ ଦିନିକିଆ ଜିଲ୍ଲା ଗ୍ରସ୍ତ ରେ ଆସି ଶିକ୍ଷା ସମ୍ପର୍କ ରେ ସମୀକ୍ଷା କରିଛନ୍ତି । ଜିଲ୍ଲା ର ସମସ୍ତ ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ମଧ୍ୟରେ ଶିକ୍ଷା ର ମାନ ବୃଦ୍ଧି ଉପରେ ଆଲୋଚନା କରିଥିବା ବେଳେ କିଛି ସ୍କୁଲ କୁ ଯାଇ ସୋମବାର ଠାରୁ ଆରମ୍ଭ ହୋଇଥିବା ୯ମ ଶ୍ରେଣୀ ପରୀକ୍ଷା ବୁଲି ଦେଖିବା ସହ ପିଲାଙ୍କ ସହ ଆଲୋଚନା କରିଛନ୍ତି। କିନ୍ତୁ ମନ୍ତ୍ରୀ ଜିଲ୍ଲା ରେ ଶିକ୍ଷାବିଭାଗର ସମୀକ୍ଷା କରୁଥିଲେ ମଧ୍ୟ ଶିକ୍ଷକଙ୍କ ଖାତିର ନଥିବା ଭଳି ଦେଖିବାକୁ ମିଳିଛି।ତୁମୁଡ଼ିବନ୍ଧ ଓ ରାଇକିଆ ବ୍ଲକ ରେ ଦୀର୍ଘଦିନ ହେବ ବ୍ଲକ ଶିକ୍ଷାଧିକାରୀ ପଦବୀ ଖାଲି ପଡ଼ିଥିବା ବେଳେ ଶିକ୍ଷକ ମାନେ ଠିକ ଭାବେ ସ୍କୁଲ ଯାଉନଥିବା ବେଳେ ଆଜି ମଧ୍ୟ ସ୍କୁଲ ନ ଯାଇ ବୁଲୁଥିବାର ଦେଖିବାକୁ ମିଳିଥିଲା। ସେହିଭଳି କ.ନୂଆଗାଁ ବ୍ଲକ ର ଜିରିଡିକିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡବମାହା ପ୍ରାଥମିକ ବିଦ୍ୟାଳୟ ରେ ତାଲା ଝୁଲୁଛି। ଯାହା ବିଡମ୍ବନା ର ବିଷୟ। ସ୍କୁଲ୍ ରେ ତାଲା ଝୁଲୁ ଥିବା ସଂପର୍କ ରେ କ.ନୂଆଗାଁ ଶିକ୍ଷାଧିକାରୀ ପ୍ରମୋଦ ମଲ୍ଲିକ କହିଛନ୍ତି ଅଭିଯୋଗ ର ତଦନ୍ତ ହେବ । ଜିଲ୍ଲାରେ ଜିଲ୍ଲାପାଳ ଶିକ୍ଷା ର ମାନ ବୃଦ୍ଧି ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ବ୍ଲକ ସ୍ତରରେ ଥିବା ବ୍ଲକ ଶିକ୍ଷାଧିକାରୀ ଙ୍କ ଠାରୁ ଆରମ୍ଭ କରି ଅତିରିକ୍ତ ଶିକ୍ଷାଧିକାରୀ ଓ ସି ଆର ସି ସି ମାନେ ଠିକ ଭାବେ ପରିଦର୍ଶନ କରୁନଥିବା ବେଳେ ଲାଭ ଖୋର ମନୋବୃତ୍ତି ଯୋଗୁଁ ଶିକ୍ଷା ର ମାନ ଧୀରେ ଧୀରେ କମୁଥିବା ବୁଦ୍ଧିଜିବୀ ମତବ୍ୟକ୍ତ କରିଛନ୍ତି। ଜିଲ୍ଲାର ଶିକ୍ଷା ବିଭାଗ ରେ ଖାଲି ଥିବା ପଦବୀ ପୂରଣ ଓ ଶିକ୍ଷା ବିଭାଗ ରେ ଥିବା ଲାଭ ଖୋର ମନୋବୃତ୍ତି ଥିବା ଅଧିକାରୀଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 8 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 18 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories