ଫୁଲବାଣୀ ଜମାମସଜିଦ ର ନୂତନ କର୍ମକର୍ତା
Udaya_Labanya | February 23, 2023 | 15 views |0 | Breaking News , District , Slider
ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ଜାମା ମସଜିଦର ନୂତନ କର୍ମକର୍ତା ଚୟନ କରା ଯାଇଛିl ସଭାପତି ଭାବେ ଜନାବ ଅବଦୁଲ ରାଜ଼ାକ ( ବୁଦୁନୁ ଭାଇ ) ସମ୍ପାଦକ ଭାବେ ଜନାବ ମହମ୍ମଦ ଲତିଫ ବେଗ ଏବଂ କୋଷାଧକ୍ଷ ଭାବେ ଜନାବ ମହମ୍ମଦ ଇମତିଆଜ ଖାଁ ମନୋନୀତ ହୋଇଛନ୍ତି l ଗୁରୁବାର ଫୁଲବାଣୀ ବସ୍ତିରେ ରହୁ ଥିବା ମୁସଲମାନ ସମ୍ପ୍ରଦାୟ ଭାଇ ମାନଙ୍କୁ ନେଇ ଫୁଲବାଣୀ ଜାମା ମସଜିଦରେ ଏକ ସାଧାରଣ ବୈଠକ ରଖି ସଭାପତି, ସମ୍ପାଦକ ଏବଂ କୋଷାଧକ୍ଷ ଚୟନ କରାଯାଇ ଥିଲା l ଆସନ୍ତା ଶୁକ୍ରବାର ଦିନ ନୂତନ ସଭାପତିଙ୍କ ନେତୃତ୍ୱରେ ମସଜିଦ କମିଟିର ଏକ ଦଶ ଜଣିଆ ସଦସ୍ୟ ଏବଂ ଉପଦେଷ୍ଟା ଚୟନ କରା ଯିବାର ଆଜିର ମିଟିଙ୍ଗରେ ନିଷ୍ପତି ନିଆ ଯାଇଥିଲା l ନୂତନ ଭାବେ ଚୟନ ହୋଇ ଥିବା କର୍ମକର୍ତା ମାନଙ୍କୁ ମାନ୍ୟବର ରାଜ୍ୟସଭା ସାଂସଦମୁନ୍ନା ଖାଁ ମହୋଦୟ କନ୍ଧମାଳ ଲୋକସଭା ସାଂସଦ ଡ଼ଃ ଅଚ୍ୟୁତାନନ୍ଦ ସାମନ୍ତ ଫୁଲବାଣୀ ବିଧାୟକ ଶ୍ରୀ. ଅଙ୍ଗଦ କହଁର ପୂର୍ବତନ ମନ୍ତ୍ରୀ ଶ୍ରୀ.ପ୍ରତାପ ଜେନା କନ୍ଧମାଳ ବିଜେଡ଼ି ପର୍ଯ୍ୟବେକ୍ଷକ ବିଜୟ ନାୟକ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ସଂଖ୍ୟାଲଘୁ ସେଲର ରାଜ୍ୟ ସାଧାରଣ ସମ୍ପାଦକ ମହମ୍ମଦ ୟାସିନ ବେଗ ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ଜାମା ମସଜିଦ ସଭାପତି ଓ ଉପଦେଷ୍ଟା ଜନାବ ନାଜ଼ୀର ଅଖତାର ପ୍ରମୁଖ ଅଭିନନ୍ଦନ ଜଣାଇ ଛନ୍ତି l