ଆଦିବାସୀ ମହାବିଦ୍ୟାଳୟର ୩୯ତମ ବାର୍ଷିକ ଉତ୍ସବ ପାଳିତ: ଭିତ୍ତିଭୂମି ସଜାଡ଼ିବାକୁ ସାଂସଦଙ୍କ ପ୍ରତିଶ୍ରୁତି

Udaya_Labanya | February 24, 2023 | 13 views |0 | Breaking News , District , Education & Job


ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ୩୯ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡଃ.ଅଚ୍ୟୁତ ସାମନ୍ତ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ବିଶ୍ବରାଜ ପଣ୍ଡା ଯୋଗଦେଇ ଶିକ୍ଷାଦାନରେ ଅଧ୍ୟାପକଙ୍କ ଦାୟିତ୍ଵ ଓ ଶିକ୍ଷାର ଗୁରୁତ୍ୱ ସମ୍ବନ୍ଧରେ ଅଭିଭାଷଣ ରଖିଥିଲେ । ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଡଃ.ଅଚ୍ୟୁତ ସାମନ୍ତ ଏହି ପୁରାତନ ମହାବିଦ୍ୟାଳୟର ପାରଦର୍ଶିତାକୁ ପ୍ରଶଂସା କରିବା ସହ ମହାବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍ ପାଇଁ ନିଜସ୍ବ ପାଣ୍ଠିରୁ ଯୁକ୍ତ ୨ ଓ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପାଇଁ ୨୦ଟି କମ୍ପ୍ୟୁଟର ଯୋଗାଇ ଦେବା ସହ ମହାବିଦ୍ୟାଳୟର ଉନ୍ନତି ଦିଗରେ ଦୃଷ୍ଟି ଦେବେ ବୋଲି ନିଜ ଅଭିଭାଷଣ ମାଧ୍ୟମରେ ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅଧ୍ୟାପକ ତଥା ଉପସଭାପତି ଡଃ.ବିଭୁତି ଭୂଷଣ ଆଚାର୍ଯ୍ୟ ମହାବିଦ୍ୟାଳୟର ବିବରଣୀ ପାଠ କରିଥିଲେ । ମହାବିଦ୍ୟାଳୟରେ ଆୟୋଜିତ ବାର୍ଷିକ କ୍ରୀଡ଼ା ଓ ଅନ୍ୟାନ୍ୟ ବିଭାଗରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ପରିଚାଳନାରେ ପୁର୍ଣ୍ଣ ସହଯୋଗ କରିଥିଲେ ।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories