କନ୍ଧମାଳ ର ଅପହଞ୍ଚ ଇଲାକା ବିଲାବାଡ଼ି ପଂଚାୟତ ର 11ଟି ଗ୍ରାମକୁ ରାସ୍ତା ନାହିଁ

Udaya_Labanya | February 27, 2023 | 11 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ରଖଜୁରୀପଡା ବ୍ଲକ ର ବିଲାବାଡି ପଂଚାୟତ ଏକ ଦୁର୍ଗମ ଓ ଅପହଞ୍ଚ ଇଲାକାଭାବେ ପରିଚିତ !
ସ୍ୱାଧୀନତା ର ଦୀର୍ଘ 75 ବର୍ଷ ପରେ ମଧ୍ୟ କାକେନ୍ଦ୍ରୀ ରୁ ବିଲାବାଡ଼ି ପ୍ରାୟ ଦଶ କିମି ରାସ୍ତା ଏଯାଏଁ ନିର୍ମିତ ହୋଇ ପାରିଲା ନାହିଁ!
ପଂଚାୟତଅନ୍ତର୍ଗତ ଏଗାର ଟି ଗ୍ରାମକୁ ରାସ୍ତା ନାହିଁ! ବିଦ୍ୟୁତ ସଂଯୋଗ ମଧ୍ୟ ନାହିଁ!
ତିନି କିମି ରାସ୍ତା ଜଗଁଲ ଜମି ରେ ଯାଉଛି! ରାସ୍ତା ପାଇଁ ଜଙ୍ଗଲ ବିଭାଗ ର ଅନୁମତି ମିଳୁ ନାହିଁ! ପୂର୍ବରୁ ଜଙ୍ଗଲ କର୍ମଚାରୀ , ବିଦ୍ୟୁତ ବିଭାଗ କର୍ମଚାରୀ ଙ୍କୁ ଗ୍ରାମବାସୀ ମାନେ ଗଛରେ ବାନ୍ଧିନିସ୍ତୁକ ମାଡ ମାରିଥିଲେ!
ରାସ୍ତା ପାଇଁ ଗଛ କାଟିବାରୁ ଜଙ୍ଗଲ ବିଭାଗ ଗ୍ରାମବାସୀଙ୍କୁ ଗିରଫ ମଧ୍ୟ କରିଥିଲେ! ଏହି ପଂଚାୟତ ରୁ ଜଣେ ଆଦିବାସୀ ଲୋକ ପଂଚାୟତ ସମିତି ଅଧକ୍ଷ ରହିଲେ କିନ୍ତୁ ରାସ୍ତା ହୋଇ ପାରିଲା ନାହିଁ l କେବଳ ବିଲାବାଡି ନୁହେଁ , ନିକିନିନ୍ଦା, ଗିନିନିନ୍ଦା, ମହାପାତ୍ର ବସା, କିଲୁ ସାକଡି, ଡୁଗୁଡା, ଡ଼ଙ୍ଗବସା, ପକଡେଇ, ଘାଟିତଳ, କିରମା, ବାନାରଡେଇ, କୁ ରାସ୍ତା ନାହିଁ! ପଂଚାୟତ ର ପନ୍ଦରସହ ଲୋକ ରାସ୍ତା, ବିଦ୍ୟୁତ ଆଲୋକ, ପାନୀୟ ଜଳ,ପାଇବାରେ ବଂଚିତ ହୋଇଛନ୍ତି l
ସ୍ୱାସ୍ଥ୍ୟ ସେବାକଥା ନ କହିବା ଭଲ l ଡାକ୍ତରଖାନା ପରିଚାଳନା ପାଇଁ ପୂର୍ବରୁ ଶାନ୍ତି ମୈତ୍ରୀ ନାମକ ଏନ ଜିଓ
କୁ ପ୍ରଦାନ କରାଯାଇଥିଲା ଏବେ ଓ ଭା ନାମକ ସ୍ଵେଛା ସେବୀ ସଂଗଠନ ପରିଚାଳନା ଦାଇତ୍ୱ ନେଇଛି l
ଏଥିପ୍ରତି ଜିଲ୍ଲା ପାଳ ଦ୍ରୁଷ୍ଟି ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି l

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 8 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 18 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories