ଗୋଷ୍ଠୀ ସହଭାଗିତାର ଉତ୍ସବ ପାଳନ ଅବସରରେ ଢେଙ୍କାନାଳ ପୌରାଞ୍ଚଳରେ ସେବା କାର୍ଯ୍ୟରତ କର୍ମୀଙ୍କୁ ସାଇକେଲ ପ୍ରଦାନ

Udaya_Labanya | March 2, 2023 | 18 views |0 | Breaking News , District , State , ରାଜ୍ୟ ଖବର

ଢେଙ୍କାନାଳ(ଉଲ୍ଲାପ୍ର )ଗୋଷ୍ଠୀ ସହଭାଗିତାର ଉତ୍ସବ ପାଳନ ଅବସରରେ ଲୋକସେବା ଭବନ ଠାରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସହରାଞ୍ଚଳରେ କାର୍ଯ୍ୟରତ ସ୍ବଚ୍ଛକର୍ମୀ , ସ୍ଵଚ୍ଛସାଥ୍ , ଜଳସାଥୀ , ଆହାର କର୍ମୀ ଏବଂ ସୁପରଭାଇଜରମାନଙ୍କୁ ସାଇକେଲ ପ୍ରଦାନ ଶୁଭାରମ୍ଭ କରିଛନ୍ତି । ଏହି ଉପଲକ୍ଷେ ଆଜି ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ସଭାଗୃହ ଠାରେ ପୌରପାଳିକା ପକ୍ଷରୁ ଆୟୋଜିତ ଉତ୍ସବରେ , ଢେଙ୍କାନାଳ ପୌରାଞ୍ଚଳରେ କାର୍ଯ୍ୟରତ ୭୯ ଜଣ ସ୍ବଚ୍ଛକର୍ମୀ , ସ୍ବଚ୍ଛ ସାଥ୍ , ଜଳସାଥୀ , ଆହାର କର୍ମୀ ଏବଂ ସୁପର ଭାଇଜରମାନଙ୍କୁ ସାଇକେଲ ପ୍ରଦାନ କରାଯାଇଛି । ବିଭିନ୍ନ ସେବା କାର୍ଯ୍ୟରେ ଲିପ୍ତ ଏହି କର୍ମୀମାନେ ସାଇକେଲ ପାଇଥିବାରୁ ସେମାନଙ୍କ ସମୟ ଅପଚୟ ନ ହେବା ସହିତ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ ବୋଲି ମୁଖ୍ୟ ଅତିଥ୍ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ପ୍ରକାଶ ମତ ବ୍ୟକ୍ତ କରିଛନ୍ତି । ଆଗାମୀ ଦିନରେ ସେମାନଙ୍କୁ ଅଧିକ ସୁବିଧା ଓ ସୁଯୋଗ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ଅଭିନବ ପ୍ରୟାସକୁ ପୌର ପରିଷଦର ଉପାଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର କୁଅଁର ପ୍ରଶଂସା କରି କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଉତ୍ସବରେ ମାନ୍ୟବର ସାଂସଦ ଏବଂ ବିଧାୟକଙ୍କ ପ୍ରତିନିଧ୍ , ସମସ୍ତ କାଉନସିଲର ଏବଂ ଢେଙ୍କାନାଳ ପୌରାଞ୍ଚଳରେ କାର୍ଯ୍ୟରତ ସମସ୍ତ ସ୍ଵଚ୍ଛକର୍ମୀ , ସ୍ଵଚ୍ଛସାଥ୍ , ଜଳସାଥୀ , ଆହାର କର୍ମୀ , ସୁପର ଭାଇଜର ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 2 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 7 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories