ଫୁଲବାଣୀ ବିଡ଼ିଓ ଙ୍କ ଜଙ୍ଗଲ ସୁରକ୍ଷା ଚିନ୍ତା

Udaya_Labanya | March 2, 2023 | 18 views |0 | Breaking News , District , Exclusive


ଫୁଲବାଣୀ (ସୁନୀଲ ପଟନାୟକ )
ଜଙ୍ଗଲ ସୁରକ୍ଷା, ଜୀବନ ରକ୍ଷା, ଏହି ଉକ୍ତି କୁ ବେଶ ଭଲ ଭାବେ ବୁଝିପାରିଛନ୍ତି ଫୁଲବାଣୀ ବିଡ଼ିଓ ପ୍ରବୀଣ କୁମାର ବାଣୁଆ l ସେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ଯାଇବିଭାଗ ପକ୍ଷରୁ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିବା ସହ ଲୋକଙ୍କ ସମସ୍ୟା ପଚାରି ବୁଝିଥାନ୍ତି lସେହିପରି
ଛୁଟି ଦିନ ରେ ସଫେଇ କାର୍ଯ୍ୟ ମଧ୍ୟ କରି ସ୍ୱଛତା ର ବାର୍ତ୍ତା ବାଣ୍ଟିଥାନ୍ତି l ସେ ଟୁର ରେ ଗାଡ଼ିରେ ଯିବା ବେଳେ ଜଙ୍ଗଲ ରେ ଲାଗିଥିବା ନିଆଁ କୁ ଲିଭାଇ ଜଙ୍ଗଲ ଓ ପରିବେଶ ର ସୁରକ୍ଷା ମଧ୍ୟକରିଥାନ୍ତି lମଙ୍ଗଳ ବାର ଟୁର କରିଫେରିବା ବେଳେ ରାସ୍ତା କଡ଼ ଜଙ୍ଗଲରେ ନିଆଁଲାଗିଥିବା ଦେଖି ଗାଡି ରଖି ନିଆଁ ଲିଭାଇଥିଲେl
ସେହିପରି ଜଙ୍ଗଲ ନିଆଁ ଲାଗିଥିବାର ଯେ କେହି ବି ଦେଖିବ ଜଙ୍ଗଲ କର୍ମଚାରୀ ଙ୍କୁ ଅପେକ୍ଷା ନ କରି ସାମାଜିକ ଦାଇତ୍ୱ ଭାବି ନିଆଁ ଲିଭାଇ ଜଙ୍ଗଲ ଓ ବନ୍ୟ ପ୍ରାଣୀ ମାନଙ୍କୁ ସୁରକ୍ଷା କରିବା ଲାଗି କହିଛନ୍ତି ବିଡ଼ିଓ ବାଣୁଆ l
ବିଡ଼ିଓ ପ୍ରବୀଣ ବାଣୁଆ ଙ୍କ ଏଭଳି ସାମାଜିକ କାର୍ଯ୍ୟ ଶୈଳୀ କୁ ସାଧାରଣ ରେ ବେଶ ପ୍ରଶଂସା କରାଯାଇଛି lକେହି କେହି ବିଡ଼ିଓ ହେବ ତ ଏମିତି ବୋଲି କହୁଥିବା ଶୁଣିବାକୁ ମିଳୁଛି l

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 8 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 18 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories