ବାପ ଦାଦନ ଖଟୁଛି, ଏଣେ ୯ ମାସ ହେଲା ଭିନ୍ନକ୍ଷମ ପୁଅକୁ ମିଳୁନି ଭତ୍ତା

Udaya_Labanya | March 2, 2023 | 27 views |0 | Breaking News , District , State


ଫୁଲବାଣୀ (ସୁନୀଲ ପଟନାୟକ )
ଆଗରୁ ନିୟମିତ ଭତ୍ତା ଗଣ୍ଡାକ ପଂଚାୟତ ରୁ ମିଳୁଥିଲା l
ହେଲେ ସରକାର ବ୍ୟାଙ୍କ ପାସବୁକ ମାଧ୍ୟମ ରେ ଭତ୍ତା ଟଙ୍କା ଦେବାଲାଗି ନିୟମ କରିବା ପରଠାରୁ ଭତ୍ତା ମିଳିନଥିବା ଅଭିଯୋଗ ହୋଇଛି l
ଏଭଳି ଅଭିଯୋଗ ଆସିଛି କନ୍ଧମାଳଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରେବୀଙ୍ଗିଆ ପଂଚାୟତ ର ସାତମାସ୍କା ଗ୍ରାମରୁ l ବାପା ରୁଷି ମଲିକ କାମଧନ୍ଦା ନ ମିଳିବାରୁ ରାଜ୍ୟ ବାହାର କୁ ଦାଦନ ଖଟିବାକୁ ଯାଇଛନ୍ତି l ଏ ପଟେ ଗଲା ୯ ମାସ ହେବ ଭିନ୍ନକ୍ଷମ ଭତ୍ତା ଗଣ୍ଡାକ ନ ପାଇ ଏଗାର ବର୍ଷର ଭିନ୍ନକ୍ଷମ ପୁଅ କୁ ଧରି ମା ଦୁଃଖ କଷ୍ଟରେ ଭୋକ ଉପାସ ରେ
ଦିନ କାଟୁଛନ୍ତି l
ପୁଅ ଠିଆ ହୋଇପାରୁନି, କି ବସି ବି ପାରୁନି, ଶୋଇରହୁଛି l ଏଣୁ ପୁଅକୁ ଏକା ଛାଡି ମା କାମକୁ ମଧ୍ୟ ଯାଇପାରୁନି l ଭତ୍ତା ଗଣ୍ଡାକ ମିଳିବା ପାଇଁ ପଂଚାୟତ ରୁ ବିଡ଼ିଓ ଯାଏ ସମସ୍ତଙ୍କୁ ଗୁହାରି କରି ଥକିଗଲେଣି ସିନା ଏଯାଏଁ ମିଳିବାକୁ ନାହିଁ l
ପାଖରେ ପଇସାଟିଏ ବି ନଥିବାରୁ ବ୍ୟାଙ୍କ ଯାଇ ଖାତା ଖୋଲିପାରୁନାହାନ୍ତି l
ଭିନ୍ନକ୍ଷମ ପୁଅର ଭତ୍ତାକାଳେ କିଏ ହଡପ କରିଦେଇ ଥିବ ବୋଲି ସନ୍ଦେହ କରୁଛନ୍ତି ପରିବାର ଲୋକେ l ଏ ନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀ ଙ୍କୁ ପଚାରିବାରେ ସେ ଏହାର ତଦନ୍ତ କରିବେବୋଲି କହିବା ସହ ବର୍ତମାନ ସରକାରଙ୍କନିୟମ ପ୍ରକାରେ ଆଧାର, ବ୍ୟାଙ୍କ ପାସ ବୂକ ସହ ନିର୍ଦିଷ୍ଟ ଫର୍ମ ଫିଲଅପ କଲେ ଭତ୍ତା ଟଙ୍କା ଦିଆଯିବା ବ୍ୟବସ୍ଥା ରହିଛି lଫଳରେ ଅନେକ ହିତାଧିକାରୀ ଭତ୍ତା ପାଇପାରି ନାହାଁନ୍ତି l ସେମାନ ଯେପରି ଅତିଶୀଘ୍ର ଭତ୍ତା ପାଇବେ ସେ ନେଇ ବ୍ୟବସ୍ଥା କରାଯାଉଥିବା ସେଠୀ କହିଛନ୍ତି l
ବାଲିଗୁଡା ବିଡ଼ିଓ, ଜିଲ୍ଲାପାଳ ଏଥିପ୍ରତି ଦ୍ରୁଷ୍ଟି ଦେବାଲାଗି ଗ୍ରାମବାସୀ ଦାବୀ କରିଛନ୍ତି l

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories