ଶ୍ରୀଶ୍ରୀ ସାଇନାଥ ମହାରାଜାଙ୍କ ୧୩ତମ ବାର୍ଷିକ ଉତ୍ସବ ଅବସରରେ କଳସଯାତ୍ରା

Udaya_Labanya | March 2, 2023 | 20 views |0 | Breaking News , District , Tourism & Cultire

ଢେଙ୍କାନାଳ(ଉଲ୍ଲାପ୍ର )ଶ୍ରୀ ଶ୍ରୀ ସାଇନାଥ ମହାରାଜାଙ୍କ ୧୩ତମ ବାର୍ଷିକ ଉତ୍ସବ ଅବସରରେ କଳସ ଯାତ୍ରାରେ ୧୫୧ ମହିଳା ସମାଲି ହୋଇ ଢେଙ୍କାନାଲ ସମହରସ୍ଥିତ କୁଞ୍ଜକାନ୍ତ ପୋଖରୀ ପାଖରେ ପୂଜାର୍ଚ୍ଚନା କରି ବିଶାଳ ଶୋଭାଯାତ୍ରାରେ ଶ୍ୟାମାଚରଣପୁରସ୍ଥିତ ସାଇ ଶ୍ରୀକ୍ଷେତ୍ର ସାଇ ମନ୍ଦିରରେ ପହଂଚିଥିଲେ । ଏଥିରେ ସାଇ ମନ୍ଦିରର ସମସ୍ତ କର୍ମକର୍ତା ଓ ସହରର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ । ଆଜି ସଂଧ୍ୟା ସଢେ ୫ଟା ସମୟରେ ସାଇ ଶ୍ରୀକ୍ଷେତ୍ରରୁ ସାଇବାବା ଏକ ଶୋଭାଯାତ୍ରାରେ ବାହାରି କାଲ୍‌ଟାକ୍ସରେ ପହଂଚିବେ ଏବଂ ସେଠାରେ ପୂଜାର୍ଚ୍ଚନା ସହିତ ଭଜନ ସମାରୋହ ଓ ପ୍ରସାଦସେବନର ବ୍ୟବସ୍ଥା ହୋଇଅଛି । ଆସନ୍ତା ୨ ତାରିଖ ଗୁରୁବାର ସକାଳ ୭ ଘଟିକା ସମୟରେ ବାବାଙ୍କର ବିଶାଳ ଶୋଭାଯାତ୍ରା , ପାଲିଙ୍କି ଯାତ୍ରା ବାହାରି ଢେଙ୍କାନାଳ ସହର ପରିକ୍ରମା କରି ଦିବା ୧୨ ଘଟିକା ସମୟରେ ସାଇ ଶ୍ରୀକ୍ଷେତ୍ରରେ ପହଁଚିବ । ପରେ ୭ / ୮ ହଜାର ଲୋକଙ୍କର ପ୍ରସାଦସେବନ , ଯଜ୍ଞ ପୂର୍ଣ୍ଣାହୁତି ଓ ସଂଧ୍ୟାରେ ଓଡିଶାର ସୁନାମଧନ୍ୟ କଳାକାରଙ୍କ ଦ୍ବାରା ସାଇ ଭଜନ ପରିବେଷଣ କରାଯିବ । ଉକ୍ତ ସାଇବାବାଙ୍କ କାର୍ଯ୍ୟକ୍ରମରେ ଭକ୍ତମାନେ ଯୋଗଦେବା ପାଇଁ ସାଇ ପରିବାର ତରଫରୁ ଅନୁରୋଧ କରାଯାଇଅଛି ।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 3 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 8 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories