ଆସନ୍ତା ୫ ରୁ ୯ ଯାଏ ପାଳନ ହେବ ଶିଳ୍ପଦ୍ୟୋଗୀ ସପ୍ତାହ

Udaya_Labanya | March 3, 2023 | 30 views |0 | Breaking News , District , Headlines


ଫୁଲବାଣୀ -03/03ଆସନ୍ତା ୫ ରୁ ୯ ଯାଏ ଦୀର୍ଘ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ହେବ ଶିଳ୍ପଦ୍ୟୋଗୀ ସପ୍ତାହ l ଅର୍ଥ ନୈତିକ ଅଭିବୃଦ୍ଧି ରେ ଏମ ଏସଏମ ଇ ର ଯଥେଷ୍ଟ ଅବଦାନ ରହିଛି lରୋଜଗାର ସୃଷ୍ଟି, ରପ୍ତାନି, ରେ ଏମ ଏସ ଏମ ଇ ର ଅବଦାନ ଅତୁଳନୀୟ lକୃଷି କ୍ଷେତ୍ର ପରେସର୍ବ ବୃହତ ରୋଜଗାର ଉତ୍ସ ଅଟେ l ଏଣୁ ତୃଣ ମୂଳ ସ୍ତରରେ ଉଦ୍ୟୋଗୀ ମାନଂକୁପ୍ରୋତ୍ସାହିତ କରିବା ପାଇଁ ଜିଲାରେ ୫ ରୁ ୯ ଯାଏ ଶିଳ୍ପଦ୍ୟୋଗୀ ସପ୍ତାହ ପାଳନ କରା ଯାଉଥିବା ଜିଲ୍ଲା ଶିଳ୍ପ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି l ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟନାୟକ ଙ୍କୁ ଓଡିଶା ର ଶିଳ୍ପ ଅଭିବୃଦ୍ଧି ର ଅଗ୍ରଦୂତ ଭାବେ ବିବେଚନା କରାଯାଏ l ଏଣୁ ତାଙ୍କର ଜନ୍ମ ଦିନରେ ଓଡିଶା ରାଜ୍ୟ ଉଦ୍ୟୋଗୀ ସପ୍ତାହ ପାଳନ କରୁଛି l
ଏହିଅବସରରେ ଫୁଲବାଣୀ ର କରୋନେସନ ପଡିଆ ଠାରେ ଶତାଧିକ ଷ୍ଟଲ ଖୋଲାଯାଇ ଉତ୍ପାଦିତଦ୍ରବ୍ୟ ପ୍ରଦର୍ଶିତ ଓ ବିକ୍ରୀ କରାଯିବ l ଏଥିସହ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଯୁବକ ଯୁବତୀ ମାନେ ଯେପରି ଆତ୍ମ ନିର୍ଭରଶୀଳ ହୋଇପାରିବେ ସେ ନେଇ ତାଲିମ ଦେବାସହ ସଚେତନକରାଯିବ l
ଏଥିରେ ଆଗ୍ରହୀ ଯୁବକ ଯୁବତୀ ବହୁସଂଖ୍ୟାରେ ଯୋଗ ଦେବାପାଇଁ ଡ଼ି ଆଇ ସି ପକ୍ଷରୁ ଅନୁରୋଧ କରାଯାଇଛି l

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories