କନ୍ଧମାଳ ଜିଲା ବିଜେଡି ନୂତନ କର୍ମକର୍ତ୍ତା
ସରୋଜ କର୍ଣ୍ଣ ଲଗାତାର ଚତୁର୍ଥ ଥର ସଭାପତି

Udaya_Labanya | March 3, 2023 | 15 views |0 | Breaking News , District , Politics


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲାର ବିଜୁ ଜନତା ଦଳର ନୂତନ କର୍ମ କର୍ତ୍ତା ମନୋନୀତ ହୋଇଛନ୍ତି। ବିଜେଡି ରାଜ୍ୟ ସଭାପତି ତଥା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଲଗାତର ଚତୁର୍ଥ ଥର ପାଇଁ ସଭାପତି ପଦ ରେ ବରୀଷ୍ଠ ବିଜେଡି ନେତା ସରୋଜ କର୍ଣ୍ଣ ଙ୍କୁ ମନୋନୀତ କରିଛନ୍ତି । ସରୋଜଙ୍କ କାର୍ଯ୍ୟଦକ୍ଷତା, ବଳିଷ୍ଠ ନେତୃତ୍ଵ, ଦଳ ପ୍ରତି ଆନୁଗତ୍ୟ, ନିର୍ମଳ ଭାବ ମୂର୍ତ୍ତି, ନେତା, ଓକର୍ମୀଙ୍କ ମଧ୍ୟରେ ସମନ୍ଵୟ ରକ୍ଷାକରି ଦଳକୁ ଆଗକୁ ବଢ଼ିବାରେ ତାଙ୍କର ଯୋଗଦାନକୁ ବିଚାରକୁ ନେଇ ଦଳ ସୁପ୍ରିମୋ ଏହି ନିଷ୍ପତ୍ତି ନେଇ ସରୋଜ ଙ୍କୁ ପୁନର୍ବାର ଏହି ଗୁରୁଦାୟୀତ୍ଵ ଦେଇଥିବା ଜଣା ପଡିଛି । ସଭାପତି ଭାବେ ମନୋନୀତ ହୋଇଥିବାରୁ ସରୋଜ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିପରି ସାଂସଦ ଡଃ ଅଚ୍ୟୁତ ସାମନ୍ତ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ଜିଲ୍ଲାର ସମସ୍ତ ବିଧାୟକ, ଜିଲ୍ଲା ପ୍ରଭାରୀ ବିଜୟ ନାଏକଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି 2013 ରୁ ଲଗାତାର କର୍ଣ ସଭାପତି ଦାଇତ୍ୱ କୁସୁଚାରୁରୂପେ ତୁଲାଇଆସିଛନ୍ତି l
ସେହିପରି ଉପସଭାପତି ଭାବେ ୭ଜଣଙ୍କୁ ମନୋନୀତ କରାଯାଇଛି l ସାଧାରଣ ସଂପାଦକ ଭାବେ ୧ ୭ ଜଣଙ୍କୁ ମନୋନୀତ କରାଯାଇଥିବା ବେଳେ ସଂପାଦକ ଭାବେ ୧ ୯ ଜଣ ମନୋନୀତ ଯୁଗ୍ମ ସଂପାଦକ ଭାବେ ୧ ୫ ଜଣମନୋନୀତହୋଇଥିବାବେଳେ କୋଷାଧ୍ୟକ୍ଷ ଭାବେ ପ୍ରଶାନ୍ତ ସାହୁ, ସାଧାରଣ ସଂପାଦକ ଡିଜିଟାଲ ମିଡିଆ,ପାଇଁ ବିଜେଡି ଯୁବ ନେତା ତଥା କାଉନ୍ସିଲର ରାଜେନ୍ଦ୍ର ପାଢ଼ୀଓ ସଂପାଦକଭାବେ ସାମୁଏଲ ନା ଏକଙ୍କୁ ମନୋନୀତ କରାଯାଇଛି ।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories