
କୋହ୍ଲଣ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ବିଦାୟ ସମ୍ବର୍ଦ୍ଧନା
Udaya_Labanya | March 3, 2023 | 19 views |0 | Breaking News , District , Education & Job , Exclusive , Headlines , Special Story
Ranchi(ଉଲ୍ଲାପ୍ର )ଆଜି କୋହ୍ଲଣ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି |ବିଶ୍ୱବିଦ୍ୟାଳୟର ନିୟମ ଅନୁସାରେ ସ୍ନାତକୋତ୍ତର ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ଏକ ବର୍ଷ ପାଇଁ ବିଶ୍ୱବିଦ୍ୟାଳୟରେ ପଢେଇବାକୁ ଅନୁମତି ଦିଆଯାଏ |ସେହି ନିୟମ ଅନୁସାରେ ଶିକ୍ଷା ସହାୟିକା ସୁଷମା ବାରିକ ମଧ୍ୟ ଗତ ବର୍ଷ ମାର୍ଚ୍ଚ ମାସ ୨ ତାରିଖ ଦିନ ଓଡ଼ିଆ ବିଭାଗରେ ଯୋଗଦାନ ଦେଇଥିଲେ |ଏକ ବର୍ଷ ପୂରଣ ହୋଇଥିବାରୁ ଆଜି ବିଭାଗ ପକ୍ଷରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଆ ବିଭାଗ ମୁଖ୍ୟ ଡ଼କ୍ଟର ହରିହର ପ୍ରଧାନ,ସହଯୋଗୀ ପ୍ରାଧ୍ୟାପକ ଡ଼କ୍ଟର ମନୋଜ କୁମାର ମହାପାତ୍ର |ଡ଼କ୍ଟର ପ୍ରଧାନ ଓ ଡ଼କ୍ଟର ମହାପାତ୍ର ଈଶ୍ୱରଙ୍କ ନିକଟରେ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ |ଶ୍ରୀଯୁକ୍ତ ବିକାଶ ନାୟକ ମଞ୍ଚ ପରିଚାଳନା କରିଥିଲେ |ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ଅନୁସୟା ସେଠି ଓ ମନରୋମା ପ୍ରଧାନ |ବିଦାୟ ସଂଗୀତ ଗାନ କରିଥିଲେ ଅନୁରାଧା ପାତ୍ର, ଇପ୍ସିତା ମହାନ୍ତ, ନମିତା ଦାସ, ସୁପ୍ରିତି ଗିରି ଓ ଶ୍ରଦ୍ଧାଞ୍ଜଳି ମହାନ୍ତ |ସୁନିତା ରାଣୀ ଓରାମ ଓ ସୁମତି ନାଏକ ବିଦାୟ କବିତା ପାଠ କରିଥିଲେ |ସମସ୍ତ ଛାତ୍ରଛାତ୍ରୀ ମାଡାମଙ୍କ ସହିତ ବିତାଇଥିବା ପ୍ରତ୍ୟେକଟି ମୁହୂର୍ତ୍ତ ବିଷୟରେ ବର୍ଣ୍ଣନା କରିଥିଲେ | ସୁଷମା ମାଡାମ ମଧ୍ୟ ପିଲା ମାନଙ୍କ ପାଇଁ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ |ସକାକୁଳ ପରିବେଶ ସୃଷ୍ଟି ହୋଇଯାଇଥିଲା |ଶେଷରେ ପ୍ରଥମ ବର୍ଷ ଛାତ୍ରୀ ନମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ |